Cyclone Montha / ବାତ୍ୟା ପ୍ରଭାବ, ଉପକୂଳରେ ବର୍ଷିଲାଣି... ଆଗକୁ ଆହୁରି ବର୍ଷିବ !

Key Points
ମାଲକାନଗିରି ଓ କୋରାପୁଟରେ ମଧ୍ୟ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍ । ଗଭୀର ଅବପାତରେ ପରିଣତ ହେଲା ଅବପାତ । ଏବେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି 'ମୋନ୍ଥା' । ବାତ୍ୟାର ସ୍ଥିତି କଥା କହିଲେ, ଏବେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୮୦୦ରୁ ଅଧିକ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏବଂ ଓଡିଶାର ଗୋପାଳପୁରଠାରୁ ୯୦୦ରୁ ଅଧିକ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ରହିଛି । ପୂର୍ବକେନ୍ଦ୍ରୀୟ ଆରବସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରିଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗର ଦେଇ ପ୍ରାୟ ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । 'ମୋନ୍ଥା' । ଆସନ୍ତାକାଲି ସାମୁଦ୍ରିକ ଝଡ଼ବାତ୍ୟା ଓ ୨୮ ତାରିଖରେ ‘ଭୀଷଣ ବାତ୍ୟା’ର ରୂପ ନେବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶ ଉପକୂଳ କଳିଙ୍ଗପଟ୍ଟନମ୍ ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ କାକିନାଡ଼ା ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ୨୮ ସନ୍ଧ୍ୟା ଓ ରାତ୍ରି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନ ବେଗ ରହିପାରେ ଘଣ୍ଟା ପ୍ରତି ୯୦ରୁ ୧୧୦ କିଲୋମିଟର ।
ଅନ୍ୟପଟେ ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶାରେ ବର୍ଷା ଓ ପବନ ବହିବ । ୩ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୮ ଓ ୨୯ ତାରିଖରେ ବର୍ଷା ସହ ଝଟକା ପବନ ବୋହିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୧୫ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲା ଅଧିକ ପ୍ରଭାବିତ ହେବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରଭାବ ପଡ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି ଓ କୋରାପୁଟରେ ମଧ୍ୟ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।
କୁହାଯାଉଛି କୌଣସି ବି ମୁହୁର୍ତ୍ତରେ ଦିଗ ବଦଳାଇପାରେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' । ମୁକାବିଲା ପାଇଁ ଆଲର୍ଟରେ ରହିଛନ୍ତି ରାଜ୍ୟ ସରକାର । ବାତ୍ୟା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ଏଥିପାଇଁ ସମସ୍ତ ବନ୍ଦରରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି । ୨୬ରୁ ୩୦ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । କୋଷ୍ଟଗାର୍ଡ ସମୁଦ୍ରରେ ପଇଁତରା ମାରୁଛନ୍ତି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଉଛି ।
📱 Get Argus News App
✨Related Topics
Explore more stories