Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Montha / ଭାଙ୍ଗିଲାଣି ବଡ଼ ବଡ଼ ଗଛ, ପାହାଡ଼ରୁ ଖସିଲାଣି ପଥର

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ଭାଙ୍ଗିଲାଣି ବଡ଼ ବଡ଼ ଗଛ, ପାହାଡ଼ରୁ ଖସିଲାଣି ପଥର

Key Points

ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଦେଖାଇଲାଣି ଭୟଙ୍କର ରୂପ।
କାକିନାଡ଼ା ପାଖରେ ଅସାନ୍ତ ହେଲାଣି ସମୁଦ୍ର ।
ବଡ଼ ବଡ଼ ଲହଡ଼ି ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ।

ସ୍ଥଳଭାଗ ଛୁଇଁବା ପୂର୍ବରୁ ମୋନ୍ଥା ଚରିଲାଣି ତାଣ୍ଡବ ଲୀଳା । ଉପକୂଳ କଳାଣି ଛାରଖାର । ଭାଙ୍ଗି ପଡ଼ିଲାଣି ବିରାଟ ବିରାଟ ଗଛ । ଧସିଲାଣି ପାହାଡ଼ । ରାସ୍ତା ଘାଟ ଜାମ୍‌ । ଯାତାୟତ ଠପ୍ । କୋରାପୁଟ ପଟାଙ୍ଗିରେ ପବନର ମାତ୍ରା ଏତେ ଯେ କାଉଗୁଣ୍ଠା ସ୍କୁଲ୍‌ ଉପରେ ଭାଙ୍ଗି ପଡ଼ିଲା ବିରାଟ ଗଛ । ଠିକ୍‌ ସେମିତି ସେମିଳିଗୁଡ଼ା ପଣସପୁଟ ଗାଁରେ ଜଣଙ୍କ ଘର ଉପରେ ମଧ୍ୟ ଗଛ ଭାଙ୍ଗି ପଡ଼ିଛି।


ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଦେଖାଇଲାଣି ଭୟଙ୍କର ରୂପ। କାକିନାଡ଼ା ପାଖରେ ଅସାନ୍ତ ହେଲାଣି ସମୁଦ୍ର । ବଡ଼ ବଡ଼ ଲହଡ଼ି ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ।

ଏପଟେ ଗଜପତିରେ ବି ସ୍ଥିତି ସମାନ । ତଳିଆ ଅଞ୍ଚଳରୁ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର ଗଲାଣି । ୨୮୭ ବାତ୍ୟା ଆଶ୍ରୟସ୍ଥଳୀକୁ ସେମାନଙ୍କୁ କରାଯାଇଛି ସ୍ଥାନାନ୍ତର । ମାଆ ଗୃହକୁ ଗଲେଣି ୧୬୦ରୁ ଅଧିକ ଗର୍ଭବତୀ। ଆର. ଉଦୟଗିରି, କାଶୀନଗର ଓ ଗୁମ୍ମାରେ ଭୂସ୍ଖଳନ ନେଇ ମଧ୍ୟ ଖବର ସାମ୍ନାକୁ ଆସିଲାଣି । ପାହାଡ଼ରୁ ଖସିଛି ବିରାଟ ବିରାଟ ପଥର । ଆଉ ମଝି ରାସ୍ତାରେ ପଡ଼ି, ଯାତାୟତ ହୋଇଛି ଠପ୍‌ । ପଥରର ଆକାର ଏତେ ବଡ଼ ଯେ, ତାକୁ ହଟାଇବାକୁ ହେଲେ ବ୍ଲାଷ୍ଟିଂ କରିବାକୁ ପଡ଼ିବ ।


ଅନ୍ୟପଟେ ପାଣିପାଗ ବିଭାଗର ସୂଚନାନୁସାରେ ସନ୍ଧ୍ୟା ପ୍ରାୟ ସାତଟା ପରେ ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’ ।

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଏହି ବାତ୍ୟା ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଆଉ ଏଇଥିପାଇଁ ଦକ୍ଷିଣ ଓଡ଼ିଶାରେ ରେଡ୍ ଆଲର୍ଟ ଜାରି ହୋଇଛି। ମୋନ୍ଥା ଏବେ ଆନ୍ଧ୍ରର ମଛଲିପାଟନମରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ପାଖାପାଖି ପହଞ୍ଚି ସାରିଲାଣି । ଠିକ୍‌ ସେମିତି କାକିନାଡ଼ାକୁ ଆଉ କିଛି ସମୟ ମଧ୍ୟରେ ଛୁଇଁବ ମୋନ୍ଥା । ଯାହାର ପ୍ରଭାବରେ ଗୋପାଳପୁରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି ।



ତେବେ ବାତ୍ୟାକୁ ନେଇ ପାଣିପାଗ ବିଭାଗ କହିଛି, ମୋନ୍ଥା ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବ । ଖାଲି ସେତିକି ନୁହେଁ ଏହି ସମୟରେ ଝଟ୍‌କା ପବନ ବି ଦେବ । ଯାହାର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି କୁହାଯାଉଛି ।

ବାତ୍ୟା 'ମୋନ୍ଥା' କୁ ନଜରରେ ରଖି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିଭଳି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, ପୁରୀ ଓ ବରଗଡ଼ ଜିଲ୍ଲାକୁ ରହିଛି ଅରେଞ୍ଜ ୱାର୍ଣ୍ଣିଂ ।

ହେଲେ ସବୁଠାରୁ ବଡ଼ କଥା ହେଲା ଏଭଳି ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସବୁବେଳେ ପ୍ରସ୍ତୁତ ଥାଏ । ମୋହନ ସରକାର ବାତ୍ୟାରେ ଜିରୋ କାଜୁଆଲଟି ପାଇଁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏଥିରେ ଯେମିତି କାହାର ଜୀବନ ହାନି ନହୁଏ ସେଥିପ୍ରତି ସରକାର ଗୁରୁତ୍ୱର ସହ କାମ କରିବେ କହିଛନ୍ତି । ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ସବୁ ଏକ୍ସପର୍ଟ ଟିମ୍ ତୟାର ବସିଛନ୍ତି । ଅତ୍ୟାଧୁନିକ ଯନ୍ତ୍ରପାତି ସହ ପାୱାର ବୋଟ, ରବର ବୋଟ, JCB, ଗଛ କଟା ମେସିନ୍‌, ଟେଲିସକୋପିକ ଲାଇଟ ମଧ୍ୟ ରଖିଛନ୍ତି ଉଦ୍ଧାରକାରୀ ଟିମ୍‌।

ସେପଟେ ଗ୍ରାଉଣ୍ଡରେ ମଧ୍ୟ ପହଁଚି ସାରିଛନ୍ତି NDRF, ODRAF ଓ ଅଗ୍ନିଶମ ବାହିନୀ । ୧୨୩ ଅଗ୍ନିଶମ ଟିମ ବ୍ରହ୍ମପୁର RDC ସର୍କଲରେ ଅଛନ୍ତି । କଟକ RDC ସର୍କଲରେ ପ୍ରସ୍ତୁତି ହୋଇ ୧୪୪ ଟିମ ଅଛନ୍ତି । ସୋମବାର ସନ୍ଧ୍ୟା ସୁଦ୍ଧା ୫୦ଟି ODRAF ଟିମ୍ ମୁତୟନ ହୋଇସାରିଛନ୍ତି । ସମସ୍ତ ରେସ୍କ୍ୟୁ ଟିମକୁ ଅତ୍ୟାଧୁନିକ ଉପକରଣ ଦିଆଯାଇଛି । ଭୂସ୍ଖଳନ ନେଇ ପୋଲିସ ଓ ପ୍ରଶାସନ ସହ ଯୋଗସୂତ୍ର ରଖାଯାଇଛି । ପାହାଡ଼ିଆ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ବାତ୍ୟା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ଡିଜି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Montha | Cyclone Montha Effect: Big trees have fallen, rocks have fallen from the mountains. | Argus News