Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Montha Update / Cyclone Montha: ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶର କାକିନାଡାରେ ହେବ ଲ୍ୟାଣ୍ଡଫଲ

Ritu Das
Browse all articles by Ritu Das
·8 months ago·2 min read
Cyclone Montha: ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶର କାକିନାଡାରେ ହେବ ଲ୍ୟାଣ୍ଡଫଲ

Key Points

ଆନ୍ଧ୍ରପ୍ରଦେଶ କାକିନାଡା ପାଖରେ ହେବ ଲ୍ୟାଣ୍ଡଫଲ। ସ୍ଥଳଭାଗ ଛୁଇଁଲା ବେଳକୁ ୯୦ରୁ ୧୧୦ କିଲୋମିଟର ମଧ୍ୟରେ ପବନର ବେଗ ରହିବ। ବାତ୍ୟା ମୋନ୍ଥାର ସ୍ଥିତି , ଗତିପଥ, ଓ ପ୍ରଭାବ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଆଇଏମଡି ଡିଜି ।
ଆନ୍ଧ୍ରପ୍ରଦେଶ କାକିନାଡା ପାଖରେ ହେବ ଲ୍ୟାଣ୍ଡଫଲ। ସ୍ଥଳଭାଗ ଛୁଇଁଲା ବେଳକୁ ୯୦ରୁ ୧୧୦ କିଲୋମିଟର ମଧ୍ୟରେ ପବନର ବେଗ ରହିବ। ବାତ୍ୟା ମୋନ୍ଥାର ସ୍ଥିତି , ଗତିପଥ, ଓ ପ୍ରଭାବ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ପଡିବ ବାତ୍ୟାର ସର୍ବାଧିକ ପ୍ରଭାବ । ୨୮ ଓ ୨୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପବନ ଓ ବାତ୍ୟାରେ ଫସଲରୁ ନେଇ ଘରଦ୍ବାର ସବୁ କ୍ଷୟକ୍ଷତିର ଆଶଙ୍କା ରହିଛି । ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ରହିଛି।



ଯେଉଁଠାରେ ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି। ଏହା ହେଉଛି NTR ବିଚର ଦୃଶ୍ୟ । ବର୍ଷା ଆରମ୍ଭ ହୋଇସାରିଛି । ତୁହା କୁ ତୁହା ବର୍ଷା । ପବନ ଧୀରେ ଧୀରେ ବୋହିବା ଆରମ୍ଭ କରିଛି । ସମୁଦ୍ର ଅଶାନ୍ତ । ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଉଛି । ପାଟ୍ରୋଲିଂକୁ କଡା କଡି କରାଯାଉଛି । ଦୋକାନବଜାର ସବୁ ବନ୍ଦ ରହିଛି । ପର୍ଯ୍ୟଟକମାନଙ୍କୁ ସମୁଦ୍ରକୂଳକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସବୁ ବେଳେ ପର୍ଯ୍ୟଟକରେ ଭରପୁର ରହୁଥିବା ଏହି ସମୁଦ୍ର କୂଳ ଏବେ ଖାଁ ଖାଁ।

ଆଉ ଇଏ ହେଉଛି ଦୃଶ୍ୟ ହାରବରର। ଡାକବାଜି ଯନ୍ତ୍ର ସାହାଯ୍ୟରେ ମୋନ୍ଥାର ସତର୍କ ସୂଚନା ଦିଆଯାଉଛି । ଏଠିବି ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରିଆସିବାକୁ ସତର୍କ କରାଯାଉଛି । ସବୁବେଳେ ବୋଟ ଯାଆସ କରୁଥିବା ଏହି ହାର୍ବର ରେ ଏବେ ସବୁ ବୋଟ ସ୍ଥିର ହୋଇ ଛିଡା ହୋଇଛି । ମାଛ ମାରିବା ପାଇଁ ମତ୍ସ୍ୟଜୀବୀମାନେ ଆଉ ସମୁଦ୍ର ଭିତରକୁ ଯାଇପାରୁନାହାନ୍ତି।

ବାତ୍ୟା ମୋନ୍ଥାର ପ୍ରଭାବରେ ଦକ୍ଷିଣ ଓଢ଼ିଶାରେ ପ୍ରଭାବ ପଡିବାକୁ ଥିବାରୁ ଏବେ ଲୋକେ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଏହାସହ ପଢ଼ନ୍ତୁ: Cyclone Montha: ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ପୂର୍ବ ନିର୍ଦ୍ଧାରିତ ଭାବେ ୪୩ରୁ ୧୪ ଟ୍ରେନ ସମୟରେ ଚାଲିବ

ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟା ମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୩ଟି ଟ୍ରେନ ବାତିଲ କରାଯାଇଥିଲା କିନ୍ତୁ ମୋନ୍ଥାର ଲ୍ୟାଣ୍ଡଫଲ ବିଳମ୍ବ ଯୋଗୁ ୧୪ଟି ଟ୍ରେନକୁ ନିଜ ସମୟରେ ଗନ୍ତବ୍ୟସ୍ଥଳକୁ ଯିବାକୁ ପୂର୍ବତଟ ରେଳ ବିଭାଗ ଅନୁମତି ଦେଇଛି।

ଆଉ ୨୯ଟି ଟ୍ରେନକୁ ବାତିଲ କରାଯାଇଛି। ଆଜି(ସୋମବାର)ଠୁ ବୁଧବାର (ଅକ୍ଟୋବର 29) ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ ଚଳାଚଳ ବନ୍ଦ ରହିବ । ସାଧାରଣତଃ ଆନ୍ଧ୍ରପ୍ରଦେଶକୁ ଯିବାକୁ ଥିବା ଓ ସେଠାରୁ ଆସିବାକୁ ଥିବା ବିଭିନ୍ନ ଟ୍ରେନକୁ ବନ୍ଦ କରିଛି ରେଳ ବିଭାଗ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Montha to Make Landfall Near Kakinada Yesterday Evening to Night | Argus News