Cyclone Montha / ଆସୁଛି ବାତ୍ୟା ମୋନ୍ଥା, ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ
·8 months ago·1 min read

Key Points
ସମ୍ଭାଵ୍ୟ ବାତ୍ୟା ମୋନ୍ଥାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
୨୯ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସମୁଦ୍ରସ୍ନାନ ବାରଣ

ସମ୍ଭାଵ୍ୟ ବାତ୍ୟା ମୋନ୍ଥାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ଠାରୁ ୨୯ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସମୁଦ୍ରସ୍ନାନ ବାରଣ କରାଯାଇଛି l ସେହିପରି ମସ୍ଚ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ନଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିବାବେଳେ ଜିଲ୍ଲାର ଉପକୂଳଵର୍ତ୍ତି ଅଞ୍ଚଳ ଗୁଡିକରେ ସତର୍କ ସୂଚନା ପ୍ରଦାନ କରାଯାଇଅଛି l
ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଥିବାବେଳେ ପୁରୀ ଜିଲ୍ଲାରେ ଏନେଇ ପ୍ରସ୍ତୁତି ଶେଷ ହୋଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯିବା ସହ ଆସନ୍ତାକାଲି ଠାରୁ ୨୯ତାରିଖ ପର୍ଯ୍ୟନ୍ତ ସମୁଦ୍ର ସ୍ନାନ ଉପରେ କଟକଣା ଲାଗିଛି। ଏଥିପାଇଁ ପୁରୀ ବେଳାଭୂମିରେ ନାଲି ପତାକା ଲଗାଯାଇଛି। ଡାକବାଜି ଯନ୍ତ୍ର ଦ୍ୱାରା ପର୍ଯ୍ୟଟକ ମାନଙ୍କୁ ଆସନ୍ତାକାଲି ଠାରୁ ସମୁଦ୍ର ନ ଆସିଵା ପାଇଁ ସଚେତନତା କରାଯାଇଛି l ସେହିପରି ମସ୍ଚ୍ୟଜୀବୀ ମାନକୁ ମଧ୍ୟ ସମୁଦ୍ର ଭିତରକୁ ମାଛ ନମାରିବା ପାଇଁନିର୍ଦ୍ଧେଶ ଦିଆଯାଇଛି l ଏ ନେଇ ଲାଇଫଗାର୍ଡ ମାନଙ୍କୁ ଆଜି ଆବଶକୀୟ ଡାକବାଜିଯନ୍ତ୍ର,ଅତ୍ୟାଧୁନିକ ସରଞ୍ଜାମ ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି l
ଏଥିସହ ପଢ଼ନ୍ତୁ: ବାତ୍ୟା ପ୍ରଭାବ, ଉପକୂଳରେ ବର୍ଷିଲାଣି... ଆଗକୁ ଆହୁରି ବର୍ଷିବ !
ଜିଲ୍ଲାରେ ସମସ୍ତ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଥିବାବେଳ ବାତ୍ୟା ଆଶ୍ରୟସ୍ଥଳୀ ସମେତ ସୁରକ୍ଷିତ ଆଶ୍ରୟ ସ୍ଥଳି ମାନଙ୍କରେ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ପାନୀୟ, ଜିନିଷ ଆଦି ମହଜୁଦ କରି ରଖାଯାଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପଟେ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତ ରହିଛି।
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜିରୋ କାଜୁଆଲିଟିକୁ ଧ୍ୟାନ ଦିଆଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories