Videos
|
Odisha

Cyclone Murasu / ସୋମବାର ରାତିରୁ ମଙ୍ଗଳବାର ପାହାନ୍ତି ମଧ୍ୟରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା 'ମୁରାସୁ'

Sushanta Sahoo
Browse all articles by Sushanta Sahoo
·37 mins ago·3 min read
ସୋମବାର ରାତିରୁ ମଙ୍ଗଳବାର ପାହାନ୍ତି ମଧ୍ୟରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା 'ମୁରାସୁ'
Heavy Rain Warning for 5 Odisha Districts

Key Points

ଭୀଷଣ ବାତ୍ୟା 'ମୁରାସୁ' ପ୍ରଭାବରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । 'ମୁରାସୁ' ନେଲୋରରୁ ନର୍ସାପୁର ମଧ୍ୟରେ ୨ ତାରିଖ ମଧ୍ୟରାତ୍ରୀରୁ ନେଇ ୩ ତାରିଖର ଭୋର୍ ୪ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।
ଭୁବନେଶ୍ଵର: ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ସୃଷ୍ଟ ବାତ୍ୟା 'ମୁରାସୁ' ଆନ୍ଧ୍ରପ୍ରଦେଶ ସହ ତାମିଲନାଡ଼ୁ ଉପକୂଳ ମୁହାଁ ହେଉଛି । ବିଗତ ୬ ଘଣ୍ଟା ହେଲା 'ମୁରାସୁ' ଘଣ୍ଟାପ୍ରତି ୨୭ କିଲୋମିଟର ବେଗରେ ଅଗ୍ରସର ହେଉଛି ।

ବାତ୍ୟା 'ମୁରାସୁ' ଏବେ ଚେନ୍ନାଇ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୪୮୦ କିଲୋମିଟର ଦୂରରେ ରହିଥିବା ବେଳେ ଆନ୍ଧ୍ରର ନେଲୋର ଠାରୁ ସମାନ ଦିଗରେ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ସେହିଭଳି ମଛଲିପାଟଣମ୍ ଠାରୁ ଦକ୍ଷିଣ-ପୂର୍ବରେ ୫୬୦ କିଲୋମିଟର, ଅଙ୍ଗୋଲ ଠାରୁ ୬୦୦ କିଲୋମିଟର ଏବଂ ବିଶାଖାପାଟଣ୍ ଠାରୁ ୬୧୦ କିଲୋମିଟର ଦୂରରେ ରହିଛି ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍‌ 

ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ଆହୁରି ଘନୀଭୂତ ହେବ । 'ମୁରାସୁ' ଏକ ଭୀଷଣ ବାତ୍ୟା ଭାବେ ୨ ତାରିଖ ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ଯାହା ପରେ 'ମୁରାସୁ' ଟିକେ ଦିଗ ବଦଳାଇ ଉତ୍ତର-ପଶ୍ଚିମକୁ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ନିକଟରେ ପହଞ୍ଚିବା ଆକଳନ କରାଯାଇଛି ।


କେତେବେଳେ, କେଉଁଠି ଲ୍ୟାଣ୍ଡଫଲ୍ ?

ଭୀଷଣ ବାତ୍ୟା 'ମୁରାସୁ' ପ୍ରଭାବରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । IMDରର ଆକଳନ ଅନୁସାରେ, ଭୀଷଣ ବାତ୍ୟା 'ମୁରାସୁ' ନେଲୋରରୁ ନର୍ସାପୁର ମଧ୍ୟରେ ୨ ତାରିଖ ମଧ୍ୟରାତ୍ରୀରୁ ନେଇ ୩ ତାରିଖର ଭୋର୍ ୪ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ।

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ବାତ୍ୟା 'ମୁରାସୁ' ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୨ ତାରିଖରେ ଗଞ୍ଜାମ ଓ ଗଜପତିକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ରହିଛି । ସେହିଭଳି ୩ ଓ ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।

ନଭେମ୍ବର ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା- ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ପ୍ରବଳ ବର୍ଷା ସହ ବଜ୍ରପାତ ଆଲର୍ଟ କରାଯାଇଛି । ଦକ୍ଷିଣ ଓଡ଼ିଶାର ଜିଲ୍ଲା ସହ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ରହିବା ପୂର୍ବାନୁମାନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଜିଲ୍ଲାବାସୀଙ୍କୁ ସତର୍କ କଲା ଗଞ୍ଜାମ ପ୍ରଶାସନ; 'ନଦୀ କୂଳ ଓ ତଳିଆ ଅଞ୍ଚଳର ଲୋକ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ' 

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବ । ୧ ମିଟର ଉଚ୍ଚତାର ଜୁଆର ଆସିବାର ଆଶଙ୍କା ରହିଛି । ଯାହାକୁ ନେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ରକୁ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପ୍ରବେଶ ବାରଣ କରାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: