Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Weather Update / ଅକ୍ଟୋବର ଶେଷ ଆଡ଼କୁ ଆସିବ ସାଇକ୍ଲୋନ!

Ritu Das
Browse all articles by Ritu Das
·8 months ago·2 min read
ଅକ୍ଟୋବର ଶେଷ ଆଡ଼କୁ ଆସିବ ସାଇକ୍ଲୋନ!

Key Points

ପୂର୍ବରୁ ବାତ୍ୟାକୁ ନେଇ ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲ ଆକଳନ କରିଥିଲା। ଆଉ ଏବେ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ଆକଳନ, ଅକ୍ଟୋବର ଶେଷ ଆଡ଼କୁ ଆସିପାରେ ସାଇକ୍ଲୋନ।
ପୂର୍ବରୁ ବାତ୍ୟାକୁ ନେଇ ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲ ଆକଳନ କରିଥିଲା। ଆଉ ଏବେ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ଆକଳନ, ଅକ୍ଟୋବର ଶେଷ ଆଡ଼କୁ ଆସିପାରେ ସାଇକ୍ଲୋନ। ଏବେର ଲଘୁଚାପର ସହ ପଛକୁ ପଛ ଆହୁରି ୨ଟି ଲଘୁଚାପ ଆସୁଛି । ଶେଷ ଲଘୁଚାପଟି ଅଧିକ ଶକ୍ତିଶାଳୀ ହେବ। ୨୬ ତାରିଖ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ।

ଦ୍ବିତୀୟ ଅପେକ୍ଷା ତୃତୀୟଟି ଅଧିକ ଶକ୍ତିଶାଳୀ ହେବା ଭଳି ଜଣାପଡୁଛି । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି । ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁ । ସେପଟେ ତାମିଲନାଡୁ ଉପକୂଳରେ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସକ୍ରିୟ ରହିଛି । ୧୨ ଘଣ୍ଟାରେ ନେବ ଅବପାତର ରୂପ । ଆସନ୍ତାକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ।

ଏହାସହ ପଢ଼ନ୍ତୁ : ଗୋଟିଏ ନୁହେଁ ପଛକୁ ପଛ ୩ ଲଘୁଚାପ !

ଲଘୁଚାପରେ ପରିଣତ ହେଲା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ।ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଦିଗ କରି ଆସନ୍ତାକାଲି ଅବପାତରେ ପରିଣତ ହେବ । ଉତ୍ତର ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ ।

ପରବର୍ତ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ।ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ବର୍ଷାର ପ୍ରଭାବ ରହିବ । ବିଜୁଳି, ଘଡଘଡି ଓ ଝଟକା ପବନ ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ,କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Likely to Hit Towards End of October | Odisha Weather Alert | Argus News