Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ, ଦୀର୍ଘ 4 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

Odisha

ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ, ଦୀର୍ଘ 4 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

Smruti Parija
Browse all articles by Smruti Parija
·2 years ago·1 min read
ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ, ଦୀର୍ଘ 4 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

ଅର୍ଗସ ବ୍ୟୁରୋ: ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ । ଦୀର୍ଘ 4 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ହେଲା ଲ୍ୟାଣ୍ଡଫଲ୍ । 135 କିଲୋମିଟର ବେଗରେ ବୋହିଲା ପବନ । ପ୍ରାୟ 6 ଘଣ୍ଟା ଧରି ଜାରି ରହିଥିବା ପବନ ଓ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ୍’ ବାଂଲାଦେଶ ଓ ପଶ୍ଚିମବଙ୍ଗରେ ମାଡ ହୋଇଛି । 

ରବିବାର ମଧ୍ୟରାତ୍ରରେ ଏହି ଭୀଷଣ ବାତ୍ୟା ଖେପୁପାରା ଓ ସାଗର ଦୀପ ମଝିରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ 130 କିଲୋମିଟରୁ ଅଧିକ ରହିଥିଲା । ବାତ୍ୟାକୁ ଦେଖି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଥିଲା ପୂର୍ବ ମେଦିନିପୁର ଜିଲ୍ଲା ପ୍ରଶାସନ । 

ତେବେ ପ୍ରବଳ ବର୍ଷା ଓ ପବନ କାରଣରୁ ବହୁ ସ୍ଥାନରେ ଗଛ ଉପୁଡି ପଡିଥିବାରୁ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Remal Makes Landfall On Bengal Coast-Leaves Trail Of Destruction | Argus News