Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

Manini Pattanayak
Browse all articles by Manini Pattanayak
·1 year ago·3 min read
୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

 ଭୁବନେଶ୍ୱର:  ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା। ୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ୨୨-୨୩ରେ ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇପାରେ । ପାଣିପାଗ ବିଶେଷଣଜ୍ଞ ଶରତ ସାହୁ ପୂର୍ବାନୁମାନ କରିଛନ୍ତି ଓଡ଼ିଶା ଉପକୂଳ ମୁହାଁ ହୋଇପାରେ ଅବପାତ। ଏହାର ପ୍ରଭାବରେ ରାଜ୍ୟରେ ୨୩ରୁ ୨୬ ଯାଏଁ ବର୍ଷା ସମ୍ଭାବନା ରହିଛି। ଓଡ଼ିଶାରେ ପୂର୍ବରୁ ଏକାଧିକ ଥର ଅକ୍ଟୋବର ମାସରେ ବଡ଼ ବାତ୍ୟା ହୋଇଛି। ଏଣୁ ଏହି ମାସ ଆସିଲେ ସ୍ବାଭାବିକ ଭାବେ ବାତ୍ୟାକୁ ନେଇ ଛନକା ପଶେ । କିଛି ବିଦେଶୀ ମଡେଲ ଚଳିତ ମାସରେ ବାତ୍ୟାକୁ ନେଇ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାକି ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଅବପାତରେ ପରିଣତ ହେବ ।

ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁଇପାରେ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ ।କିନ୍ତୁ ପାଣିପାଗ ବିଶେଷଜ୍ଞ ଙ୍କ ଆକଳନ ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତର ରୂପ ନେଇଛି ।ଏହାର ପ୍ରଭାବ କିନ୍ତୁ ଓଡିଶା ଉପରେ ନଥିବା ବେଳେ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଚି । ଆସନ୍ତା ୨୧ ତାରିଖ ବେଳକୁ କେନ୍ଦ୍ରୀୟ -ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୨୨ କି ୨୩  ତାରିଖରେ ଅବପାତରେ ପରିଣତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ  ବିଶେଷଣଜ୍ଞ । ଏପରିକି ଏହା ଓଡିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି।  

କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ରହିବକି ନାହିଁ ତୀବ୍ରତା କେତେ ହେବ,ଲଘୁଚାପ ହେବ କି ନାହିଁ ସେନେଇ ଏବେ ସ୍ପଷ୍ଟ ଚିତ୍ର ନଥିବା ବେଳେ ଏହାର ପ୍ରଭାବରେ ୨୩ ରୁ ୨୬ ଯାଏଁ ବର୍ଷା ର ସମ୍ଭାବନା ଥିବା କହିଛନ୍ତି  ପାଣିପାଗ ବିଶେଷଣଜ୍ଞ ଶରତ ସାହୁ।ତେବେ ପୂର୍ବରୁ ଅକ୍ଟୋବର ମାସରେ ଓଡିଶା ଉପକୂଳରେ ବାତ୍ୟାର ଉଦାହରଣ ରହିଥିରୁ ଏହି ଘୁର୍ଣ୍ଣିବଳୟ  ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା ରହୁଛି ।  ଏପଟେ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସରି ଯାଇଥିବା ବେଳେ ଉତ୍ତରପୂର୍ବ ଅଂଚଳରେ ଏହା ସକ୍ରିୟ ରହିବା ଫଳରେ ତାମିଲନାଡୁ ସହ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ବର୍ଷା ହେଉଛି । ପ୍ରଭାବରେ  ଓଡ଼ିଶାରେ କୌଣସି  ପ୍ରଭାବ ନଥିବା  ବେଳେ ଦକ୍ଷିଣ ଓଡ଼ିଶାରେ କାଁଭାଁ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାସ ବେଳେ ପାଗ ମୁଖ୍ୟତ ଶୁଖିଲା ରହିବ। କିନ୍ତୁ ପୂର୍ବ ଦିଗରୁ ହେଉଥିବା ବାୟୁ ପ୍ରବାହ ଯୋଗୁ ଆଦ୍ରତା ର ପରିମାଣ  ଅଧିକ ରହୁଥିବାରୁ କିଛି ସ୍ଥାନରେ  ମେଘୁଆ ପାଗ ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ  ଧରଣର  ବର୍ଷା  ହେବାର ସମ୍ଭାବନା  ଦେଇଛି  ବିଭାଗ। ଆସନ୍ତା  ୨୪ ଘଂଟାରେ ମୟୁରଭଞ୍ଜ, କେନ୍ଦୁଝର ,ବାଲେଶ୍ୱର, ଭଦ୍ରକ ,ସୁନ୍ଦରଗଡ ,ଗଂଜାମ, ରାୟଗଡା,  କୋରାପୁଟ, ମାଲକାନଗିରି ଓ ଗଜପତି ରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମ ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଉଥିବା ବେଳେ ପୂର୍ବ ଉପକୂଳରେ ଅଧିକ ବାତ୍ୟା ସୃଷ୍ଟି ହୁଏ।ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ବାତ୍ୟା ହୁଏ ଓଡ଼ିଶାରେ।ପୂର୍ବେ ବର୍ଷକୁ ହାରାହାରି ଗୋଟିଏରୁ କମ୍‌ ବାତ୍ୟା ହେଉଥିଲା ବେଳେ ଏବେ ବର୍ଷକୁ ଏକାଧିକ ଥର ଦେଖାଦେଲାଣି। ଗତ ଦୁଇ ଦଶନ୍ଧିର ବାତ୍ୟାକୁ ଅନୁଧ୍ୟାନ କଲେ ଜଣାଯାଏ, ସର୍ବାଧିକ ଥର ବାତ୍ୟା ଆସିଛି ଅକ୍ଟୋବର ମାସରେ।କିନ୍ତୁ ଗତ ୩ ବର୍ଷ ହେବ ଅକ୍ଟୋବର ମାସରେ ବାତ୍ୟା ସୃଷ୍ଟି ହୋଇନଥିବା ହେଲେ ଗତବର୍ଷ ବାତ୍ୟା ସିତ୍ରାଙ୍ଗ ଆସିଥିବା ବେଳେ ଓଡ଼ିଶାରେ ପଡ଼ିନଥିଲା ପ୍ରଭାବ.....


 

Sponsored
Cyclone threat in Odisha coast. Cyclone may form in Bay of Bengal on 21st. | Argus News