Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆନ୍ଧ୍ରପ୍ରଦେଶ ମୁହାଁ ମୋନ୍ଥା, ୧୩ କିଲୋମିଟର ବେଗରେ ଗତି କରୁଛି ବାତ୍ୟା

Odisha

Cyclone Montha / ଆନ୍ଧ୍ରପ୍ରଦେଶ ମୁହାଁ ମୋନ୍ଥା, ୧୩ କିଲୋମିଟର ବେଗରେ ଗତି କରୁଛି ବାତ୍ୟା

Banajyotshna Ray
Browse all articles by Banajyotshna Ray
·8 months ago·3 min read
ଆନ୍ଧ୍ରପ୍ରଦେଶ ମୁହାଁ ମୋନ୍ଥା, ୧୩ କିଲୋମିଟର ବେଗରେ ଗତି କରୁଛି ବାତ୍ୟା

Key Points

ବଙ୍ଗୋପସାଗରରେ ବାତ୍ୟା
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା `ମୋନ୍ଥା'
ଗୋପାଳପୁରରୁ ୮୬୦, କାକିନାଡ଼ାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ମୋନ୍ଥା । ଆଜି ସାମୁଦ୍ରିକ ଝଡ଼ବାତ୍ୟା୘ ଆସନ୍ତାକାଲି ନେବ ‘ଭୀଷଣ ବାତ୍ୟା’ର ରୂପ । IMD ସୂଚନା ଅନୁସାରେ ୬ ଘଣ୍ଟା ଧରି ୧୩ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । କାକିନାଡ଼ାଠାରୁ ୭୧୦ କିମି , ବିଶାଖାପାଟଣାଠୁ ୭୪୦ ଓ ଗୋପାଳପୁରରୁ ୮୬୦ କିମି ଦୂରରେ ରହିଛି ବାତ୍ୟା । ଭୀଷଣ ବାତ୍ୟା ରୂପ ନେଇ କାକିନାଡ଼ା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଓଡ଼ିଶାର ୮ ଜିଲ୍ଲାକୁ ସତର୍କ କରିଛନ୍ତି ସରକାର । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ଗୋଟିଏ ଲେଖାଏଁ NDRF ମୁତୟନ ହୋଇଥିବାବେଳେ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୮ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ୮ ୟୁନିଟ ଓଡ୍ରାଫ ଟିମର ୨୪ଟି ଟିମ୍ ମୁତୟନ ହୋଇଛନ୍ତି ।

IMD DGଙ୍କ ପୂର୍ବାନୁମାନ ଅନୁସାରେ ଆନ୍ଧ୍ର ଉପକୂଳ କଳିଙ୍ଗପଟ୍ଟନମ୍ ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ କାକିନାଡ଼ା ପାଖାପାଖି ହୋଇପାରେ ଲ୍ୟାଣ୍ଡଫଲ୍ । ଆସନ୍ତାକାଲି ସନ୍ଧ୍ୟାରୁ ରାତ୍ରି ମଧ୍ୟରେ ଛୁଇଁପାରେ ସ୍ଥଳଭାଗ । ପବନର ବେଗ ଘଣ୍ଟା ପ୍ରତି 90ରୁ 100 କିଲୋମିଟର ରହିପାରେ । ଲ୍ୟାଣ୍ଡଫଲ ସମୟରେ ଝଟକା ପବନର ବେଗ ରହିପାରେ ଘଣ୍ଟାପ୍ରତି 110 କିଲୋମିଟର । ବାତ୍ୟାକୁ ନେଇ ଓଡ଼ିଶା ଓ ଆନ୍ଧ୍ରକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଶନିବାର ଅବପାତରେ ପରିଣତ ହେବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ।

ଏଥିସହ ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ମୁହାଁ ମୋନ୍ଥା, ୨୮ ତାରିଖରେ ‘ଭୀଷଣ ବାତ୍ୟା’ର ରୂପ

ବାତ୍ୟା `ମୋନ୍ଥା’ ପ୍ରଭାବରେ ଆଜିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ୨୮ ଓ ୨୯ରେ ଓଡ଼ିଶାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ୨୮ ଓ ୨୯ ତାରିଖ ଓଡ଼ିଶାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଆଜି ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଜିଲ୍ଲାରେ ପବନର ବେଗ ୪୦ରୁ ୫୦କିମି ଓ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୬୦ କିମି ରହିବ । ଆସନ୍ତାକାଲି ପାଇଁ କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମକୁ ରେଡ୍‌ ଆଲର୍ଟ ଜାରି କରାଯାଇଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଏହିସବୁ ଜିଲ୍ଲାରେ ପବନର ଗତି ୬୦ରୁ ୭୦ ଓ ଝଟ୍‌କା ପବନର ବେଗ ୮୦କିମି ରହିବ୘ 29 ତାରିଖ ପାଇଁ ମଧ୍ୟ ରେଡ୍‌ ଓ୍ବିଙ୍ଗ ଆଲର୍ଟ ଜାରି କରାଯାଇଛି ୘ ସେହିପରି ପୁରୀ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧାକୁ ଓ୍ବିଙ୍ଗ୍‌ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ...ଏହିସବୁ ଜିଲ୍ଲାରେ ୫୦ରୁ ୬୦ ସହ ଝଟ୍‌କା ପବନର ବେଗ ୭୦କିମି ଘଣ୍ଟାପ୍ରତି ରହିବ। ବାତ୍ୟାର ବିଶେଷ ପ୍ରଭାବ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ,ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ବୌଦ୍ଧରେ ରହିବ ।

ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାରେ ଆଗୁଆ ପଦକ୍ଷେପ ନେଇଛନ୍ତି ଜିଲ୍ଲା ପ୍ରଶାସନ । ମାଲକାନଗିରିରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ୫୦ଟି ବନ୍ୟା ଆଶ୍ରୟସ୍ଥଳୀ ଓ ୧୬ଟି ସ୍କୁଲକୁ ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ପାଇଁ ଘୋଷଣା କରିଛନ୍ତି ଜିଲ୍ଲାପାଳ..ସେହିପରି କୋରାପୁଟରେ ମଧ୍ୟ ଆସନ୍ତା ୨୭ରୁ ୩୦ ପର୍ଯ୍ୟନ୍ତ ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ରାୟଗଡ଼ାରେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଭୂସ୍ଖଳନ ପାଇଁ ଗୁମା, ମୁକୁନ୍ଦପୁର ଘାଟି ଏବଂ କାଶୀପୁର ସହ ପୁଟାସିଂ ପ୍ରଭୃତି ସ୍ଥାନକୁ ନଜରରେ ରଖାଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Painting
Sponsored
Cyclone Montha | Cyclone Moving Towards Andhra Pradesh at 13 kmph Speed | Argus News | Argus News