|
logo
Live

Argus News - ଉତ୍ତର ଓଡିଶାରେ ଆରମ୍ଭ ହେଲାଣି ବର୍ଷା...

Odisha

ଉତ୍ତର ଓଡିଶାରେ ଆରମ୍ଭ ହେଲାଣି ବର୍ଷା...

Smruti Parija
Browse all articles by Smruti Parija
·1 year ago·1 min read
ଉତ୍ତର ଓଡିଶାରେ ଆରମ୍ଭ ହେଲାଣି ବର୍ଷା...

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା ଏବଂ ବଢ଼ିଛି ପବନର ବେଗ । ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ଦାନା । ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢୁଛି । 

 


ଆସନ୍ତାକାଲି ମଧ୍ୟରାତ୍ର ଓ ୨୫ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ବେଗ ୧୦୦ ରୁ ୧୧୦ ଅର୍ଥାତ୍ ଝଟକା ପବନ ୧୨୦ କିମି ରହିବା ସମ୍ଭାବନା । ସମୁଦ୍ର ଅଶାନ୍ତ ରହିଛି । ପୁରୀ, ଧାମରା, ପାରାଦୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବାବେଳେ ଗୋପାଳପୁରକୁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


ଭୁବନେଶ୍ବରରେ ପାଗ ମେଘୁଆ ରହିବ । ୨୪ ଓ ୨୫ରେ ବର୍ଷା ହେବ । ପବନର ବେଗ ୬୦ ରୁ ୭୦ ରହିବ ।
 

Sponsored
ଉତ୍ତର ଓଡିଶାରେ ଆରମ୍ଭ ହେଲାଣି ବର୍ଷା... | Argus News