Videos
|
Odisha

CZA ଦେଲା ଗ୍ରୀନ୍‌ ସିଗ୍‌ନାଲ,ବାରିପଦାର ମଞ୍ଚିଆପଡାରେ ହେବ କଳାବାଘ ସଫାରୀ 

Sangram Tripathy
Browse all articles by Sangram Tripathy
·2 years ago
CZA ଦେଲା ଗ୍ରୀନ୍‌ ସିଗ୍‌ନାଲ,ବାରିପଦାର ମଞ୍ଚିଆପଡାରେ ହେବ କଳାବାଘ ସଫାରୀ 


ଅର୍ଗସ ବ୍ୟୁରୋ:ଶିମିଳିପାଳରେ ହେବ କଳାବାଘ ସଫାରୀ। ଏନଟିସିଏ ପରେ  ସେଣ୍ଟ୍ରାଲ ଜୁ ଅଥରିଟିରୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ,ଏନେଇ ସୂଚନା ଦେଇଛନ୍ତି ବନ୍ୟ ପ୍ରାଣୀ ପିସିସିଏଫ। ଫଳରେ ଆଉ ଗୋଟିଏ ପାଦ ଆଗେଇଛି ଶିମିଳିପାଳରେ କଳାବାଘ ସଫାରୀ ପ୍ରକ୍ରିୟା। ବାରିପଦାରୁ ୧୦କିଲୋମିଟର  ଦୂରରେ ୧୦୦ ଏକର ଜାଗାରେ ମଞ୍ଚିଆପଡାରେ ହେବ କଳାବାଘ ସଫାରୀ । ଫଳରେ ନନ୍ଦନକାନନରେ କଳା ଜିନ ଥିବା ବାଘକୁ ନେଇ ସେଠାରେ ଛଡାଯିବ ବୋଲ ଜଣାପଡିଛି।


ଯାହା ଚଳିତ ବର୍ଷ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ,ତେବେ ଏନେଇ ଖୁସି ବ୍ୟକ୍ତ କରିଛନ୍ତି ପଶୁପ୍ରେମୀ। ବାଘଙ୍କ ପାଇଁ ସୁରକ୍ଷିତ ହେଉଛି ଓଡ଼ିଶା। ହଜାର ହଜାର କିମି ଅତିକ୍ରମ କରି ଓଡ଼ିଶା ମୁଁହା ହେଉଛନ୍ତି ମହାବଳ ବାଘ। ବାଘମାନଙ୍କ ସଂଖ୍ୟା ବଢାଇବା ଲାଗି ସରକାର ଏହି ନିଷ୍ପର୍ତ୍ତି ନେଇଛନ୍ତି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
cza-give | Argus News