Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ସୀମାରେ ପୁଣି ପଶ୍ଚିମବଙ୍ଗର ଦାଦାଗିରି

Rashmita Mishra
Browse all articles by Rashmita Mishra
·1 year ago
ଓଡ଼ିଶା ସୀମାରେ ପୁଣି ପଶ୍ଚିମବଙ୍ଗର ଦାଦାଗିରି

ଓଡ଼ିଶା ସୀମାରେ ପୁଣି ପଶ୍ଚିମବଙ୍ଗ ଦାଦାଗିରି । ବାଲେଶ୍ବର ଜିଲ୍ଲା ଭୋଗରାଇରେ ଜୋରଜବରଦସ୍ତ ଧସେଇ ପଶି କରୁଛି ରାସ୍ତା ନିର୍ମାଣ l କସବା କମର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ଓଡ଼ିଶା ସୀମା ଶଗଡ଼ା ସାହିରେ ରାସ୍ତା ତିଆରି କରୁଛି ପଶ୍ଚିମବଙ୍ଗ ସରକାର । ୮ ମାସ ପୂର୍ବେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୦୦ ଫୁଟ ଢଳେଇ ରାସ୍ତା ନିର୍ମାଣ କରିଥିଲେ ଓଡ଼ିଶା ସରକାର । ମାତ୍ର ୧୦ ଦିନ ହେବ ପଶ୍ଚିମବଙ୍ଗ ସରକାର ଜେସିବି ଲଗାଇ ଜବରଦସ୍ତ ରାସ୍ତା ନିର୍ମାଣ କରୁଛି । ଏଭଳି ପରିସ୍ଥିତିରେ ଓଡ଼ିଶା ସୀମା ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି । ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ରାସ୍ତା ନିର୍ମାଣ ନେଇ ସ୍ଥାନୀୟ ପ୍ରଶାସନ ପାଖେ ନାହିଁ ଖବର l ସ୍ଥାନୀୟ ପ୍ରଶାସନ ତୁରନ୍ତ ସୀମା ଚିହ୍ନଟ କରି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dadagiri-in-west-bengal-on-the-odisha-border | Argus News