Dahibara dibas / ଦହିବରା ଦିବସରେ କ୍ରେଜ୍, କେବେ ମିଳିବ ଜିଆଇ ଟ୍ୟାଗ ?
·4 months ago·2 min read

Key Points
ଆଜି ଦହିବରା ଦିବସ
ମାର୍ଚ୍ଚ ୧ ତାରିଖରେ ପାଳନ ହେଊଛି ଦହିବରା ଦିବସ
କଟକରେ ପାଳନ ହେଉଛି ଦହିବରା ଦିବସ

ଆଜି ମାର୍ଚ୍ଚ ମାସ ୧ ତାରିଖ । ମାନେ ଦହିବରା ଦିବସ । ଆଜିର ଦିନକୁ ଗତ ବର୍ଷଠାରୁ ଦହିବରା ଦିବସ ଭାବେ ପାଳନ କରୁଛି ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ତଳ ବାଲିଯାତ୍ରା ପଡ଼ିଆର କଟକ-ଇନ୍-କଟକଠାରେ ନାଚ ଗୀତ ଓ ସେଲ୍ଫି ଜୋନ୍ କରି ପାଳନ କରାଯାଇଛି । ଏବେ ନଜର ପକାନ୍ତୁ ଏହି ମାଟି ହାଣ୍ଡିରେ କିପରି ସଜାଯାଇଛି ଦହିବରା ଆଲୁଦମ । ଯିଏ କେହି ବି ଦେଖିବ ତାର ଇଚ୍ଛା ହେବ ଦହିବରା ଖାଇବା ପାଇଁ । ଆୟୋଜନକୁ ସମସ୍ତେ ପ୍ରଶଂସା କରିବା ସହ ଦହିବରା ଖାଇବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସେପଟେ ଦହିବରା ବିଶ୍ଵ ଦରବାରରେ ବି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଦହିବରା ବ୍ୟବସାୟୀ ଓ କଟକିଆ ।
ଦହିବରା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। । ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଭାବାବେଗ । ଏହାର ସ୍ୱାଦ ଆମ ପାରମ୍ପରିକ ଖାଦ୍ୟ ସଂସ୍କୃତିର ଏକ ଅନନ୍ୟ ପରିଚୟ । ଆସନ୍ତୁ, ଆଜି ଦହିବରା ଦିବସରେ ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଦହିବରା କେବଳ ଖାଦ୍ୟ ନୁହେଁ, ଏହା କଟକର ଗୋଟିଏ ଇମୋସନ ଏଥିପାଇଁ ରବିବାର ସକାଳୁ ସକାଳୁ ସହରବାସୀ ଛୁଟି ଆସିଥିଲେ ବାଲିଯାତ୍ରା ତଳ ପଡ଼ିଆକୁ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବା ସହ ଦହିବରା ର ବେଶ୍ ମଜା ଉଠାଇଥିଲେ । କଟକିଆଙ୍କ ଦହିବରା ପ୍ରତି ଭଲ ପାଇବା କିଛି ଅଲଗା । ସକାଳର ଜଳଖିଆ ଠୁ ନେଇ ରାତିର ଡିନର ପର୍ଯ୍ୟନ୍ତ ଦହିବରାକୁ ଉପଭୋଗ କରିଥାଉ ବୋଲି କହିଛନ୍ତି ଦର୍ଶକ । ଏପଟେ କଟକର ଦହିବରା ବ୍ୟବସାୟୀ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଯଦି ଆହୁରି ତତ୍ପର ଦେଖାନ୍ତା ତେବେ ବିଶ୍ଵ ଦରବାର ରେ କଟକ ଦହିବରା ର ଅଧିକ ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି କହିଛନ୍ତି ଦହିବରା ବ୍ୟବସାୟୀ ମାନେ । ଆଜି ଦହିବରା ଦିବସ ପାଳନ କରୁଛେ । ହେଲେ ଏହି ଦହିବରାକୁ କେବେ ଜିଆଇ ମାନ୍ୟତା ମିଳିବ ତାହା ଦେଖିବାକୁ ବାକି ରହିଲା ।
କଟକର ସ୍ଥାନୀୟ ଖାଦ୍ୟ ଭାବେ ଆରମ୍ଭ ହୋଇଥିବା ନିଆରା ଦହିବରା ଆଳୁଦମ ସମୟକ୍ରମେ କଟକର ସାଂସ୍କୃତିକ ପରିଚୟ ପାଲଟିବା ସହ ଖାଦ୍ୟପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଏହାର ପ୍ରସ୍ତୁତି ଶୈଳୀରେ ରହିଛି ଓଡ଼ିଆ ପରମ୍ପରା ଓ ସ୍ୱାଦର ସ୍ୱର୍ଗୀୟ ଅନୁଭବ ଯାହା ଖାଦ୍ୟପ୍ରେମୀଙ୍କୁ କରେ ମନ୍ତ୍ରମୁଗ୍ଧ । ସେପଟେ ଦହିବରାକୁ ଜିଆଇ ଟ୍ୟାଗ ପାଇଁ ଗତ ବର୍ଷଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
ହଜାରେ ବର୍ଷର ସହର କଟକ ଐତିହ୍ୟ ପରମ୍ପରା ସଂସ୍କୃତି ପାଇଁ ଯେତିକି ପରିଚିତ କଟକ ପ୍ରସିଦ୍ଧ ଲାଭ କରିଥିବା ଦହିବାର ଆଲୁଦମ ପାଇଁ ମଧ୍ୟ ସେତିକି ପରିଚିତ । ଆଉ ଦହିବରା ଆଲୁଦମ କଥା କହିଲେ କଟକର ନା ଆଗ ଆସେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories