Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Farming Success / ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ଡମ୍ବରୁଧର

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ଡମ୍ବରୁଧର

Key Points

ଦାଦନ ଶ୍ରମିକରୁ ସଫଳ ଚାଷୀ
ପଦ୍ମପୁର ସବଡ଼ିଭିଜନ ପାଇକମାଳ ବ୍ଲକ ଖରାମାଲ ଗାଁର ଡମ୍ବରୁଧର ବରିହା


ଚାଷ ହିଁ ତାଙ୍କ ଜୀବନ,ଏହି ଚାଷ ତାଙ୍କୁ ହସାଏ ଆଉ ଏ ଚାଷ ତାଙ୍କୁ କନ୍ଦାଏ,ଏହି ଚାଷକ୍ଷେତକୁ ତାଙ୍କ ପରିବାର ବୋଲି ଭାବନ୍ତି,ଆଉ ସେ ବିଭିନ୍ନ ଗଛମାନଙ୍କୁ ସେ ନିଜର ଭାଇ,ବନ୍ଦୁ କୁଟୁମ୍ବ । ଥରେ କ୍ଷେତ ଆଡେ ସେ ବୁଲିଆସିଲେ ତାଙ୍କ ସବୁ ଦୁଃଖ ଦୂର ହୋଇଯାଏ। ପଦ୍ମପୁର ସବଡ଼ିଭିଜନ ପାଇକମାଳ ବ୍ଲକ ଖରାମାଲ ଗାଁର ଡମ୍ବରୁଧର ବରିହା । ବର୍ତ୍ତମାନ ସମସ୍ତେ ରାସାୟନିକ ପଦ୍ଧତିରେ ଚାଷ କରି ଅଧିକ ଅମଳର ଆଶା କରୁଥିବା ବେଳେ ଜୈବିକ ପଦ୍ଧତିରେ ଦେଶୀ ଧାନ କରି ଚର୍ଚ୍ଚାରେ ଡମ୍ବରୁଧର । ଦେଶୀ ଔଷଧ ପ୍ରୟୋଗ କରି କରିଛନ୍ତି ୨୦୦ରୁ ଉର୍ଦ୍ଧ୍ବ ପ୍ରକାର ଦେଶୀ ଧାନ ଚାଷ । ପଦ୍ମପୁର ସବଡ଼ିଭିଜନ ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଖରାମାଲ ଗାଁର ଡମ୍ବରୁଧର ବରିହା ।


ବର୍ତ୍ତମାନ ସମୟରେ ସମସ୍ତେ ରାସାୟନିକ ପଦ୍ଧତିରେ ଧାନ ଚାଷ କରି ଅଧିକ ଅମଳର ଆଶା କରୁଥିବା ବେଳେ ଡମ୍ବରୁଧର ଜୈବିକ ପଦ୍ଧତିରେ ଦେଶୀ ଧାନ କରି ଚର୍ଚ୍ଚାରେ । କେବଳ ଚାଷ ନୁହେଁ ଜୈବିକ ପଦ୍ଧତିରେ ଔଷଧ ତିଆରି କରି ରୋଗ ପୋକ ନିୟନ୍ତ୍ରଣରେ ମଧ୍ୟ ସକ୍ଷମ ଡମ୍ବରୁଧର ।ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ଦେଶୀ ଧାନ ସହ ଦେଶୀ ପନିପରିବା ଚାଷ କରୁଛନ୍ତି । ଭୁଲୋ, ଝୁଲି, ସପୁରୀ, ଗୋବିନ୍ଦା ଭଳି ୨୦୦ରୁ ଉର୍ଦ୍ଧ ପ୍ରକାର ଦେଶୀ ଧାନ ନିଜେ ଚାଷ କରିବା ସହ ତାଙ୍କ ଠାରୁ ମଞ୍ଜି ନେଇ ଅନ୍ୟ ଚାଷୀ ମାନେ ମଧ୍ୟ ଚାଷ କରୁଥିବା କହିଛନ୍ତି ଗାଁ ଲୋକେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋବର ଖତ,ଜିଆ ଖତ,ଜିବାମୃତ ଔଷଧ ତିଆରି କରି ନିଜ ଚାଷ ସହ ଅନ୍ୟ ଚାଷୀଙ୍କ ଫସଲକୁ ସୁରକ୍ଷା ଦିଅନ୍ତି । ବର୍ତ୍ତମାନ ଡମ୍ବରୁ କରିଥିବା ଦେଶୀ ଧାନ ଝୁଲି ଓ ଗୋବିନ୍ଦା ମହାପ୍ରଭୁ ଜଗନ୍ନାଥଙ୍କ ଭୋଗ ପାଇଁ ଯିବା ନିମନ୍ତେ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେଇଥିବାରୁ ନିଜକୁ ଧନ୍ୟ ମନେ କରନ୍ତି ବୋଲି କହିଛନ୍ତି ଡମ୍ବରୁଧର ।ଦେଶୀ ଔଷଧ ପ୍ରୟୋଗ କରି ଦେଶୀ ଧାନ ଚାଷ କରୁଛନ୍ତି ଡମ୍ବରୁଧର ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Farming Success | Dambarudhar in Spotlight for Organic Farming Success | Argus News | Argus News