Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଡ୍ୟାନ୍ସ ବାରକୁ ମନା, କେବଳ ଅର୍କେଷ୍ଟା ଚାଲିବା ପାଇଁ ଅନୁମତି

Odisha

ଡ୍ୟାନ୍ସ ବାରକୁ ମନା, କେବଳ ଅର୍କେଷ୍ଟା ଚାଲିବା ପାଇଁ ଅନୁମତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡ୍ୟାନ୍ସ ବାରକୁ ମନା, କେବଳ ଅର୍କେଷ୍ଟା ଚାଲିବା ପାଇଁ ଅନୁମତି

ରାତି ସାରା ଚାଲୁଛି ଡ୍ୟାନ୍ସ ବାର୍ । ରାତି ସାରା ଅଶ୍ଳୀଳ ନାଚ ସାଙ୍ଗକୁ ନିଶାର ଆସର । ମଦ ବୋତଲ ଧରି ଯୁବତୀଙ୍କ ଇସାରରେ ନାଚୁଛନ୍ତି ମତୁଆଲା ଯୁବକ । ରାଜ୍ୟରେ ଡ୍ୟାନ୍ସ ବାର୍ ପାଇଁ ଅନୁମତି ଦେଇନି ଅବକାରୀ ବିଭାଗ । ବିଳମ୍ୱିତ ରାତି ଯାଏଁ ଡ୍ୟାନ୍ସ ବାର ଖୋଲାଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ତୁରନ୍ତ ଡ୍ୟାନ୍ସ ବାରକୁ ସିଲ୍ କରିବା ପାଇଁ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜଧାନୀରେ ବେଆଇନ୍ ଭାବେ ଡ୍ୟାନ୍ସ ବାର୍ ଚାଲିଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । 

ଅବକାରୀ ବିଭାଗ ପକ୍ଷରୁ କେବଳ ଅର୍କେଷ୍ଟା ଚାଲିବା ପାଇଁ ଅନୁମତି ଦିଆଯାଇଛି । ବେଆଇନ ଭାବେ ଭୋର ୪ଟା ଯାଏଁ ମଞ୍ଚେଶ୍ୱର ଥାନା ଅଧିନ ଗ୍ରୀନ ଫିଲ୍ଡ ଡ୍ୟାନ୍ସ ବାର୍ ଚାଲିଥିଲା । ୩ ମାସ ଯାଏଁ ଗ୍ରୀନ ଫିଲ୍ଡ ଡ୍ୟାନ୍ସ ବାରକୁ ସିଲ୍ କରିବା ପାଇଁ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ଓ ଆଇନ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ । କେମିତି ଭୋର ୪ଟା ଯାଏଁ ଚାଲୁଛି ଗ୍ରିନ୍ ଫିଲ୍ଡର ଡ୍ୟାନ୍ସ ବାର୍ ? କାହା ସାହସରେ ଭୋର ୪ ଯାଏଁ ଡାନ୍ସ ବାର୍ ଖୋଲୁଛନ୍ତି ବାର୍ ମାଲିକ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
dance-bars-stopped-only-orchestra-allowed-to-perform | Argus News