Cyclone Update / ବଙ୍ଗୋପସାଗରରେ ବଢୁଛି ବିପଦ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର
·9 months ago·2 min read

Key Points
ବଙ୍ଗୋପସାଗରରେ ବଢୁଛି ବାତ୍ୟା ବିପଦ
ମାଲାକା ସମୁଦ୍ର ସନ୍ଧିରେ ସୃଷ୍ଟ ଲଘୁଚାପ ୨୪ ଘଣ୍ଟାରେ ଅବପାତରେ ହେବ ପରିଣତ
୪୮ ଘଣ୍ଟାରେ ଘନୀଭୂତ ହୋଇ ୨୬ କିମ୍ବା ୨୭ରେ ନେଇପାରେ ବାତ୍ୟାର ରୂପ
ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ । ମାଲାକା ସମୁଦ୍ର ସନ୍ଧିରେ ସୃଷ୍ଟ ଲଘୁଚାପ ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ । ଆଗାମୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ୨୬ କିମ୍ବା ୨୭ ତାରିଖରେ ନେଇପାରେ ବାତ୍ୟାର ରୂପ । ସେପଟେ ଆଉ ଏକ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ରହିଛି । ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ । ''ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।''
ମାଲାକା ସମୁଦ୍ର ସନ୍ଧିରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । 26 କିମ୍ବା 27 ତାରିଖରେ ବାତ୍ୟା ହୋଇପାରେ । ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବର୍ଷାର ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ । ସେପଟେ କୋମରିନ ଅଞ୍ଚଳ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ତତ୍ ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯୋଡ଼ା ଲଘୁଚାପ ମଧ୍ୟରୁ, ''ଶ୍ରୀଲଙ୍କା ନିକଟରେ ଥିବା ଘୂର୍ଣ୍ଣିବଳୟ ବା ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ ରହିଛି ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।''
ଏଥିସହ ପଢ଼ନ୍ତୁ: ଆଜି ଅବପାତ ଓ ୪୮ ଘଣ୍ଟାରେ ବାତ୍ୟା!
ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଉପକୂଳ ଠାରୁ ପ୍ରାୟ ହଜାରେ କି.ମି ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି । ''୨୫ ତାରିଖ ପରେ ତାର ସ୍ପଷ୍ଟତା ଆସିଲେ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଅନ୍ୟ ପ୍ରସ୍ତୁତି କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରକାଶ କରିଛନ୍ତି ।'' ଗତ ଶହେ ବର୍ଷର ରେକର୍ଡ କହୁଛି- ନଭେମ୍ବର ୧୫ ପରେ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେଲେ ତାର ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ ।ଏହାସହ ମନ୍ତ୍ରୀ କହିଛନ୍ତି ଯେ, NDRF, ଓଡ୍ରାଫ, ଅଗ୍ନିଶମ ଆଦି ସବୁ ବିଭାଗ ସଜାଗ ଅଛନ୍ତି । ଲୋକେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିସେମ୍ବର ୨ ତାରିଖରେ ଏହା ଓଡ଼ିଶା ଉପକୂଳରେ ମାଡ଼ ହେବ। ଆଉ ଏକ ପାଣିପାଗ ମଡେଲ୍ ECMWF ଅନୁସାରେ ଦକ୍ଷିଣ - କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୫ରୁ୨୬ ଭିତରେ ସୃଷ୍ଟି ହେବ ବାତ୍ୟା । ଡିସେମ୍ବର ୧-୨ ତାରିଖ ବେଳକୁ ଓଡ଼ିଶା ଉପକୂଳ ଛୁଇଁ ଅତିକ୍ରମ କରିବ। ପାଣିପାଗ ମଡେଲ୍ ସ୍କାଏମେଟର ଆକଳନ ଅନୁସାରେ ବାତ୍ୟା ତାମିଲନାଡୁ-ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories