Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳନ୍ତା ବାଇକରେ ଦମ୍ପତିଙ୍କ ବିପଦପୂର୍ଣ୍ଣ ରିଲ୍ସ

Ritu Das
Browse all articles by Ritu Das
·11 months ago·2 min read
ଚଳନ୍ତା ବାଇକରେ ଦମ୍ପତିଙ୍କ ବିପଦପୂର୍ଣ୍ଣ ରିଲ୍ସ

Key Points

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ

ଆକ୍ସନ ମୋଡରେ ପରିବହନ ବିଭାଗ

ଲାଗିଛି ମୋଟା ଅଙ୍କର ଜରିମାନା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ରିଲ୍‌ କରି ଅନେକ ଯୁବପିଢ଼ି ଲାଇମ୍‌ଲାଇଟ୍‌କୁ ଆସିବାକୁ ଚାହୁଁଛନ୍ତି। ଏହି ସମୟରେ ସେମାନେ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି। ସ୍ତ୍ରୀକୁ ବାଇକ୍‌ ଆଗରେ ବସାଇ ରିଲ୍ସ କରିବା ପଡିଲା ମହଙ୍ଗା। ବିପଦପୂର୍ଣ୍ଣ ଗାଡି ଚଳାଇବା ଅଭିଯୋଗରେ ୧୬ ହଜାର ଜରିମାନା କରିଛି କଟକ ପରିବହନ ବିଭାଗ। କଟକ ଜିଲ୍ଲା ନିରସିଂହପୁର ଅଞ୍ଚଳର ମୋହନ ସାହୁ ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀକୁ ବାଇକ ଆଗରେ ବସାଇ ବାଇକ ଚଲାଇବା ସହିତ ତାହାର ରିଲ୍ସ କରି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ଏ ନେଇ ନୃସିଂହ ବେହେରା ନାମକ ଜଣେ ବ୍ୟକ୍ତି ଗୃହ ବିଭାଗ, ଏସ୍‌ଟିଏ, କଟକ ଡିସିପି ଓ ପରିବହନ ସଚିବଙ୍କୁ ଟୁଇଟ୍ କରିଥିଲେ। କଟକ ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ଵର ସହ ନେଇ ଆର୍‌ଟିଓଙ୍କୁ ଖିଲାପି ଚାଳକଙ୍କ ବିରୋଧରେ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


ଆର୍‌ଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଇକ ମାଲିକ ମୋହନ ସାହୁଙ୍କ ବିରୋଧରେ ୧୬ ହଜାର ଟଙ୍କା ଜରିମାନା ଲଗାଯାଇଛି। ତେବେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇବା ପାଇଁ ୫ ହଜାର ଟଙ୍କା, ପଲ୍ୟୁସନ ନଥିବା ରୁ ୧୦ ହଜାର ଟଙ୍କା, ଉଭୟ ଚାଳକ ଓ ମହିଳା ହେଲମେଟ୍ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଫାଇନ କଟାଯାଇଛି ବୋଲି ସୂଚନା ଦେଇଛନ୍ତି କଟକ ଆରଟିଓ। ତେବେ ଇନଷ୍ଟାଗ୍ରାମରେ ଭିୟୁର୍ସ ବଢାଇବା ପାଇଁ ଏଭଳି ବିପଦପୂର୍ଣ୍ଣ ଭାବେ ଗାଡି ନଚଳାଇବା ସହ ଅନ୍ୟକୁ ବିପଦରେ ନ ପକେଇବା ପାଇଁ ନିବେଦନ କରିଛନ୍ତି ପରିବହନ ବିଭାଗ କର୍ତ୍ତୃପକ୍ଷ। ସେପଟେ ସମ୍ବଲପୁରରୁ ମଧ୍ୟ ଆସିଛି ବିଚଳିତ କଲାଭଳି ଦୃଶ୍ୟ। ଚଳନ୍ତା ସ୍କୁଟିରେ ୭ଜଣ ବସି ମସ୍ତି କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ସ୍କୁଟିରେ ୭ଜଣ ଅସୁରକ୍ଷିତ ଭାବେ ବସି ରାସ୍ତାରେ ହୋ-ହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା। ଘଟଣାଟି ଧନୁପାଲି ଥାନା ଅଞ୍ଚଳର ହୋଇଥିବାବେଳେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ସ୍କୁଟିକୁ ଠାବ କରି ସ୍କୁଟି ଜବତ କରିଥିଲା। ଅସୁରକ୍ଷିତ ଗାଡ଼ି ଚାଳନା ଓ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ବଲପୁର RTO ପକ୍ଷରୁ ୨୧ହଜାର ୫୦୦ ଟଙ୍କା ଜରିମାନା ଲଗାଯାଇଛି। ମଣିଷ ସାମାନ୍ୟ ଭ୍ୟୁ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dangerous-reels-of-a-couple-on-a-moving-bike | Argus News