Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ଗ୍ରୀଷ୍ମ ଆରମ୍ଭରୁ ଜଳ ସଙ୍କଟ

Odisha

 ଗ୍ରୀଷ୍ମ ଆରମ୍ଭରୁ ଜଳ ସଙ୍କଟ

Manini Pattanayak
Browse all articles by Manini Pattanayak
·2 years ago·2 min read
 ଗ୍ରୀଷ୍ମ ଆରମ୍ଭରୁ ଜଳ ସଙ୍କଟ

ଅନୁଗୁଳ: ଟିଓ୍ୱେଲରୁ ବାହାରୁଛି ମାଟିଆ ପାଣି.. ସେଥିପାଇଁ   ବିପଦସଙ୍କୁଳ ଭାବେ ଏକ ପଥର ଖୋଲରୁ ପାଣି ଆଣୁଛନ୍ତି ଲୋକେ।  ଏ  ଦୃଶ୍ୟ ହେଉଛି  ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଇଶ୍ୱର ନଗର ପଂଚାୟତର ଇଶ୍ୱରନଗର ଗ୍ରାମର । ଯାହାକି ସମ୍ପୂର୍ଣ୍ଣ ଚକିତ କଲାଭଳି। ଗ୍ରାମରେ 4 ଶହରୁ ଉର୍ଦ୍ଧ୍ୱ ପରିବାର ବାସକରନ୍ତି। ଏଥିସହିତ  ରେଙ୍ଗଲା ବିସ୍ତାପିତ ମଧ୍ୟ ଏଠାରେ ରହୁଛନ୍ତି।  ହେଲେ ପାନୀୟ ଜଳ ନେଇ ଘୋର ସମସ୍ୟା।  ଗାଁରେ   ୪ଟି ଟିଓ୍ୱେଲ ହେଲେ ସବୁଥିରୁ ଲୌହ ଯୁକ୍ତ ପାଣି ।  
 
 ଗାଁର ସ୍ତ୍ରୀଲୋକ ଏବଂ ପିଲା ଛୁଆ ମାନେ  ପିଇବା ପାଣି ପାଇଁ 2 କିଲୋମିଟର ଦୂର  ଚାଲି ଚାଲି ଯାଇ  ଚୁଆ ଖୋଳି ପିଇବା ପାଇଁ ପାଣି ସଂଗ୍ରହ  କରିଥାନ୍ତି।  ପ୍ରତ୍ୟେକ ପଂଚାୟତ ରେ ସରକାରଙ୍କ ଦ୍ଵାରା ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଈଶ୍ୱରନଗର ଗ୍ରାମରେ  ସରକାର ଙ୍କ ଦ୍ଵାରା ମେଘା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଘର ଘର କୁ ପାଇପ  ମଧ୍ୟ  ବିଛା ଯାଇଛି। ହେଲେ 4 ବର୍ଷ ହେବ ସେଥିରୁ ପାଣି ମୁନ୍ଦେ ଆସୁନାହିଁ। ଫଳରେ ନାହିଁ ନଥିବା ଅସୁବିଧା ଭୋଗିବା ଶହ ସୁଦ୍ଧ ପାନୀୟ ଜଳ ପାଇବା ରୁ ବଂଚିତ ଅଛନ୍ତି  ଲୋକେ l  ଗାଁ ର ମହିଳା ମାନଙ୍କ କହିବା କଥା ଏ ବାବଦରେ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି।  ନିର୍ବାଚନ ପରେ ନିର୍ବାଚନ ଯାଉଛି ଗାଁ କୁ ନେତା ଆସୁଛନ୍ତି ମିଥ୍ୟା ପ୍ରତି ସୃତି ଦେଇ ଚାଲି ଯାଉଛନ୍ତି। ଖରା ଆରମ୍ଭ ରୁ ତ ଜଳ କଷ୍ଟ ..ଆଗକୁ ଆହୁରି କେତେ କଷ୍ଟ ପାଇବୁ  ବୋଲି କ୍ଷଭ  ପ୍ରକାଶ କରିଛନ୍ତି ଗ୍ରାମବାସୀ l

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Darty water is coming out of the well.. That is why people are dangerously fetching water from a rock hole. | Argus News