Videos
|
Odisha

ପରିବାରର ୬ ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କଲା ଝିଅ

Rashmita Mishra
Browse all articles by Rashmita Mishra
·1 year ago·1 min read
ପରିବାରର ୬ ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କଲା  ଝିଅ

Key Points

ପାରିବାରିକ କଳହରୁ ଘଟାଇଲା ଅଘଟଣ

ପ୍ରତିଶୋଧ ପରାୟଣ ହୋଇ ଖାଦ୍ୟରେ ମିଶାଇଲା ବିଷ

ପରିବାରର ୬ ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କଲା ନିଜ ଝିଅ

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ସମସ୍ତେ ଭର୍ତ୍ତି

ପରିବାରର ୬ ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କଲା ନିଜ ଝିଅ। ପାରିବାରିକ କଳହରୁ ଘଟାଇଲା ଅଘଟଣ। ପ୍ରତିଶୋଧ ପରାୟଣ ହୋଇ ଖାଦ୍ୟରେ ମିଶାଇଲା ବିଷ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ସମସ୍ତେ ଭର୍ତ୍ତି।
ଏହି ଘଟଣାରେ ଶିଶୁକନ୍ୟାଙ୍କ ସମେତ ୬ ଜଣ ଗୁରୁତର ହୋଇ, ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ପାରିବାରିକ କଳହକୁ ନେଇ ୨ ଦିନ ତଳେ ଥାନାରେ ହୋଇଥିଲା ଅଭିଯୋଗ। ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ବିଷାକ୍ତ ଖାଦ୍ୟ ଖାଇବା ପରେ ପ୍ରଥମେ ଅଢେଇ ବର୍ଷର ଶିଶୁ କନ୍ୟା ସହ ଆଉ ଜଣେ ଯୁବକ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଏହାର କିଛି ସମୟ ପରେ ପରିବାରର ସମସ୍ତଙ୍କ ଅବସ୍ଥା ଏହିପରି ହେବାରୁ ଏକ ଗାଡି ସାହାଯ୍ୟରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ଜଣାପଡିଥିଲା କି ବିଷାକ୍ତ ଖାଦ୍ୟ ଖାଇବା ପରେ ଏମିତି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
daughter-attempts-to-kill-six-family-members-by-poisoning-them | Argus News