Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - IPS ଦୟାଲ ଗଙ୍ଗଓ୍ୱାରଙ୍କ ବଦଳି, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

Odisha

Dayal Gangwar Transfer / IPS ଦୟାଲ ଗଙ୍ଗଓ୍ୱାରଙ୍କ ବଦଳି, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

Bikash Mohanty
Browse all articles by Bikash Mohanty
·1 hour ago·2 min read
IPS ଦୟାଲ ଗଙ୍ଗଓ୍ୱାରଙ୍କ ବଦଳି, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ
Dayal Gangwar

Key Points

ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କ ବଦଳି
ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ବିବାଦକୁ ଆସିଥିଲେ ଗଙ୍ଗୱାର
ଗୃହ ବିଭାଗ OSD ଭାବେ ଗଙ୍ଗୱାରଙ୍କ ବଦଳି
କମ୍ୟୁନିକେସନ ଅତିରିକ୍ତ ଡିଜି ଥିଲେ ଦୟାଲ ଗଙ୍ଗୱାର
ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ବର,୨୫/୦୬: ବାଲିଅନ୍ତା ହତ୍ୟା ଘଟଣାରେ ବିବାଦକୁ ଆସିଥିବା ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାରଙ୍କ ବଦଳି। ଗୃହ ବିଭାଗରେ ଓଏସଡି (OSD) ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଥିବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । । ଓଡିଶାର କ୍ୟାଡରର ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାର । କମ୍ୟୁନିକେସନ ବିଭାଗରେ ADGP ଦାୟିତ୍ବରେ ଥିଲେ ଗଙ୍ଗଓ୍ବାର। ଗଙ୍ଗୱାରଙ୍କ ପାଇଁ ତାଙ୍କ ପୁଅ ମାନସିକ ଚାପରେ ଥିଲେ ବୋଲି କହିଥିଲେ ବାଲିଅନ୍ତା ହତ୍ୟାକାଣ୍ଡର ଶୀକାର ହୋଇଥିବା ମୃି
ସୌମ୍ୟଙ୍କ ମାଁ ।


ଗତ ମେ ୭ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୋଲିସ ଆଖି ଆଗରେ ସୌମ୍ୟରଞ୍ଜନ ସ୍ଵାଇଁ ନାମକ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ରୋକି ପାରିନଥିଲା । ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟଙ୍ଗାଇ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଇଥିଲ ସୌମ୍ୟରଞ୍ଜନଙ୍କୁ । ମୃତ ସୌମ୍ୟରଞ୍ଜନ ରେଳବାଇରେ ଜଣେ କନେଷ୍ଟବଳ ଥିଲେ ।
ସନ୍ଦେହରେ ପୋଲିସର ଭୂମିକା

ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲା ରହସ୍ୟ ଦିନକୁ ଦିନ ଘନେଇବାରେ ଲାଗିଛି । ଏସବୁ ଭିତରେ ପୋଲିସର ଭୂମିକାକୁ ନେଇ ଉଠିଛି ସବୁଠୁ ବଡ଼ ପ୍ରଶ୍ନ । କାହିଁକି ସୌମ୍ୟଙ୍କୁ ଘଟଣାସ୍ଥଳରୁ ପାଖରେ ଥିବା ଘରୋଇ ହସ୍ପିଟାଲକୁ ନେଲାନି ପୋଲିସ ? କାହିଁକି ବହୁ ଦୂରରେ ଥିବା ବାଳକାଟି ସରକାରୀ ମେଡିକାଲକୁ ନିଆଗଲା ? ଘଟଣାସ୍ଥଳରୁ ଘରୋଇ ମେଡିକାଲର ଦୂରତା ମାତ୍ର ୯.୨ କିଲୋମିଟର ହେଉଥିବା ବେଳେ ବାଳକାଟି ସରକାରୀ ମେଡିକାଲର ଦୂରତା ଥିଲା ୧୮ କିଲୋମିଟରରୁ ଅଧିକ । ପରିବାର ଲୋକଙ୍କ କହିବା କଥା, ଯଦି ସୌମ୍ୟଙ୍କୁ ସମୟ ପୂର୍ବରୁ ପାଖ ମେଡିକାଲକୁ ନିଆଯାଇଥାନ୍ତା, ତେବେ ହୁଏତ ଆଜି ସୌମ୍ୟଙ୍କ ଜୀବନ ବଞ୍ଚି ଯାଇଥାନ୍ତା ।

ପଢନ୍ତୁ ଏହି ଖବର: ୧୪ ଜଣ ଆଇପିଏସ୍ ଓ ୪ ଜଣ ଓପିଏସ୍ ଅଧିକାରୀଙ୍କ ବଦଳି,୮ ଜିଲ୍ଳାର ଏସପି ବଦଳିଲେ

ବାଲିଅନ୍ତା ବର୍ବର କାଣ୍ଡ ଘଟଣାରେ ଏବେ ସାମ୍ନାକୁ ଆସିଛି ମୃତ ସୌମ୍ୟରଞ୍ଜନଙ୍କ ମାଆଙ୍କ ସବୁଠାରୁ ବଡ଼ ବୟାନ। ପୁଅକୁ ହରାଇବା ପରେ ଏକାଦଶାହ ଅବସରରେ ନ୍ୟାୟ ପାଇଁ କୋହଭରା କଣ୍ଠରେ ଚେତାବନୀ ଦେଇଥିଲେ ମୃତ ସୌମ୍ୟଙ୍କ  ମାଆ। ପୋଲିସର ତଦନ୍ତ ଉପରେ ଭରସା ତୁଟିବା ପରେ ଏବେ ନ୍ୟାୟ ପାଇଁ ଦିଲ୍ଲୀ ଯିବାକୁ ସେ ସଜବାଜ ହେଉଛନ୍ତି ବୋଲି କହିଥିଲେ। 

ଅଭିଯୋଗ ଅନୁଯାୟୀ, ‘ସତ୍ୟବିହାର ଜିମ୍‌’ ସହ ରହିଛି ଅନେକ ଗୁପ୍ତ ରହସ୍ୟ। ଜିମ୍ ମାଲିକ ଜିମ୍‌ରେ ନିଜର କଳା ଟଙ୍କା ଲଗାଇଥିଲେ ଏବଂ ଭିଜିଲାନ୍ସ ଧରାପଡ଼ିବା ଭୟରେ ଏସବୁ କାରବାର ସୌମ୍ୟଙ୍କ ନାଁରେ ଚଲାଉଥିଲେ। ଜିମ୍ ପାଇଁ ହିଁ ସୌମ୍ୟରଞ୍ଜନଙ୍କୁ ସେଠାରେ ଫସାଯାଇଥିଲା। ତେଣୁ ଏହି କଳାଟଙ୍କା କାରବାରର ମଧ୍ୟ ତଦନ୍ତ ହେବା ଆବଶ୍ୟକ। ଏଥିସହ ଘଟଣା ଦିନ ସୌମ୍ୟଙ୍କ ସହ ଥିବା ଓମ୍ ନାମକ ଯୁବକକୁ ପଚରାଉଚରା କରାଗଲେ ସତ ସାମ୍ନାକୁ ଆସିବ ବୋଲି ମୃତ ସୌମ୍ୟରଞ୍ଜନଙ୍କ ମାଆ କବିତା ସ୍ୱାଇଁ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ରଙ୍କ ସହ ୧୫ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dayal Gangwar Transfer | Dayal Gangwar Transfer: Senior IPS Posted as OSD in Odisha Home Department | Argus News