Videos
|
Odisha

ରୋଡ଼ ରୋମିଓଙ୍କୁ ଡିସିପିଙ୍କ କଡା ଚେତାବନୀ

Smruti Parija
Browse all articles by Smruti Parija
·1 year ago·1 min read
ରୋଡ଼ ରୋମିଓଙ୍କୁ ଡିସିପିଙ୍କ କଡା ଚେତାବନୀ

Key Points

ରୋଡ଼ ରୋମିଓ ଙ୍କୁ ଡିସିପି ଙ୍କ କଡା ଚେତାବନୀ

ବେସି ବିଶୃଙ୍ଖଳା କଲେ ଗିରଫ କରିବୁ

ଭୁବନେଶ୍ୱର: ରୋଡ୍‌ ରୋମିଓଙ୍କ ଉପରେ ପୋଲିସ ପାହାର । ବେଶୀ ବିଶୃଙ୍ଖଳା କଲେ ଗିରଫ କରିବାକୁ ଚେତାବନୀ ଦେଇଛନ୍ତି ଡିସିପି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରୋଡ଼ ସେଫଟି ପାଇଁ ଏନଫୋର୍ସମେଣ୍ଟ କମିଶନରେଟ ପୋଲିସ ଆରମ୍ଭ କରିଛି । ବିକଟାଳ ଶବ୍ଦ କରି ଗାଡି ଚଲାଉଥିବା ରୋଡ ରୋମିଓଙ୍କୁ ବିଶୃଙ୍ଖଳା ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା । ସ୍ପେଶାଲ ଡ୍ରାଇଭରେ 100 ରୁ ଅଧିକ ବାଇକ ଜବତ ହୋଇଛି । ଶବ୍ଦପ୍ରଦୂଷଣକାରୀ ସାଇଲେନସର ଖୋଲା ଯାଇଛି । ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ରୋକିବା ପାଇଁ 10 ଟି ଜାଗାରେ ଗତକାଲି ରାତିରେ ବ୍ଲକିଂ କରାଯାଇଥିଲା । ବହୁ ଗାଡି ଜବତ କରି ଚାଲାଣ କରାଯାଇଛି । ଆଗକୁ ଆହୁରି ଜୋରଦାର ହେବ ଟ୍ରାଫିକ ଚେକିଂ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।


ଏହାସହ ଟ୍ରାଫିକ ନିୟମ ଉଲଂଘନ କରି ବିଶୃଙ୍ଖଳା କରୁଥିବା ଦେଖିଲେ ପୋଲିସକୁ 112 ନମ୍ବର ରେ କଲ କରି ଜଣାନ୍ତୁ ବୋଲି ଅନୁରୋଧ କରିଛନ୍ତି ଡିସିପି । ଗର୍ଜନ କରି ବିକଟାଳ ଶବ୍ଦ କରୁଥିବା 100 ରୁ ଅଧିକ ଗାଡ଼ି ଜବତ ହୋଇଛି । ସାଇଲେନ୍ସର ଖୋଲି ଫାଇନ କାଟିଛି କମିଶନରେଟ ପୋଲିସ । ଟ୍ରାଫିକ ପୋଲିସ ଥାନାରେ ସାଇଲେନ୍ସର ଗୁଡ଼ିକୁ ଖୋଲି ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ଭିତରେ ଏମିତି କିଛି ସାଇଲେନ୍ସର ଅଛି, ଯେଉଁଥିରୁ ନିଆଁ ବାହାରେ । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କିଛି ରୋଡ୍ ରୋମିଓ ଏମିତି ଗର୍ଜନ କରି ଗାଡ଼ି ଚଲାଉଥିଲେ । ଯାହାକୁ ନେଇ କମିଶନରଙ୍କୁ ଡାକି ତାଗିଦ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

dcp-warns-to-road-romeo-if-there-is-too-much-chaos-police-will-arrest | Argus News