Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବ ଶତ୍ରୁତାରୁ ଗଡ଼ିଲା କି ମୁଣ୍ଡ ? ପୋଖରୀ କୂଳରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

Odisha

ପୂର୍ବ ଶତ୍ରୁତାରୁ ଗଡ଼ିଲା କି ମୁଣ୍ଡ ? ପୋଖରୀ କୂଳରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପୂର୍ବ ଶତ୍ରୁତାରୁ ଗଡ଼ିଲା କି ମୁଣ୍ଡ ? ପୋଖରୀ କୂଳରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୋରଡ଼ା: ପୋଖରୀ କୂଳରେ ବୀଭତ୍ସ ହତ୍ୟା । ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ରାଇବନ୍ଧ ଗାଁ ପୋଖରୀ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସେହି ଗାଁର ଡମ୍ବୁରୁ ସ୍ଵାଇଁ । ଡମ୍ବୁରୁଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।


ସୂଚନା ଅନୁସାରେ, କିଛି ଦିନ ତଳେ ଡମ୍ବୁରୁଙ୍କୁ ସେହି ଗାଁର ଶଙ୍କର ସ୍ଵାଇଁଙ୍କ ପୁଅ ବାଇନାଥ ସ୍ଵାଇଁ ହତ୍ୟା ଧମକ ଦେଇଥିଲେ । ମୋବାଇଲ ମେସେଜକୁ ଆଧାର କରି ଡମ୍ବୁରୁ ସ୍ଵାଇଁ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା ପରେ ପୋଲିସ ଉପସ୍ଥିତିରେ ଅପୋସ ବୁଝାମଣା ବି ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମାତ୍ର ୩ ଦିନ ତଳେ ଶଙ୍କର ସ୍ଵାଇଁ, ଡମ୍ବୁରୁଙ୍କ ପରିବାର ଲୋକଙ୍କୁ ଗାଲିଗୁଳଜ କରିଥିଲେ । ଶନିବାର ସନ୍ଧ୍ୟାରେ ଡମ୍ବୁରୁ ଗାଧୋଇବାକୁ ପୋଖରୀ ବନ୍ଧକୁ ଯାଇ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ପୋଖରୀ ନିକଟରୁ ଡମ୍ବୁରୁଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବଡ଼ଗଡ଼ ପୋଲିସ ତଦନ୍ତ କରୁଛି ।

Argus Whatsapp Channel Mobile Top
Sponsored
Dead Body Found From Pond In Ganjam | Argus News