Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୬ ଦିନ ପରେ ପଡୋଶୀଙ୍କ ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ

Rashmita Mishra
Browse all articles by Rashmita Mishra
·1 year ago·1 min read
୬ ଦିନ ପରେ ପଡୋଶୀଙ୍କ ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ

ପୁରୀ ଡେଲାଙ୍ଗର ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଘଟଣା । ୬ ଦିନ ପରେ ପଡୋଶୀଙ୍କ ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ । ହତ୍ୟା ସନ୍ଦେହରେ ଦାଦା ପ୍ରଭାକର ସାହୁକୁ ଅଟକ ରଖି ଖୋଳତାଡ଼ କରୁଛି ପୋଲିସ । ଅଭିଯୁକ୍ତ ପ୍ରଭାକର ସାହୁର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଗ୍ରାମବାସୀ ।

ତେବେ ୧୧ ବର୍ଷୀୟ ନାବାଳକ ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ । ନିଖୋଜ ପୁଅର ସନ୍ଧାନ ନପାଇ ବାପା ଓ ମା ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ଖୋଜାଖୋଜି ଜୋରଦାର କରାଯାଇଥିଲା । ଡେଲାଙ୍ଗ ବଜାରର ବିଭିନ୍ନ cctvକୁ ଯାଞ୍ଚ କରାଯାଇଥିଲା । ବିଭିନ୍ନ ଦିଗକୁ ସନ୍ଦେହ କରି ଅଗ୍ନିଶମ ବାହିନୀ ପକ୍ଷରୁ ଆଖପାଖ ପୋଖରୀକୁ ମଧ୍ୟ ଖୋଜାଖୋଜି କରାଯାଇଥିଲା । ଶେଷରେ ପାଇଖାନା ଟାଙ୍କିରୁ ଆଶୀର୍ବାଦର ମୃତଦେହ ମିଳିଛି ।

ଶେଷରେ ମିଳିଲା ଆଶୀର୍ବାଦର ମୃତଦେହ । ଡେଲାଙ୍ଗ ରତନପୁରର ଶିଶୁ ନିଖୋଜ ଘଟଣାକୁ ୬ ଦିନ ବିତିଛି । ୬ ଦିନ ପରେ ଶିଶୁ ଆଶୀର୍ବାଦଙ୍କର ଶବ ପଡୋଶୀଙ୍କ ପାଇଖାନା ଟାଙ୍କିରୁ ରାତି ୨ ଟାରେ ଉଦ୍ଧାର କଲା ପୁଲିସ । ୧୧ ବର୍ଷର ନାବାଳକ ପୁଅ ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ । ନିଖୋଜ ପୁଅର ସନ୍ଧାନ ନପାଇ ବାପା ଓ ମା ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ଖୋଜାଖୋଜି ଜୋରଦାର କରାଯାଇଥିଲା ।


ଡେଲାଙ୍ଗ ବଜାରର ବିଭିନ୍ନ cctv କୁ ଯାଞ୍ଚ କରାଯାଇଛି । ତେବେ ବିଭିନ୍ନ ଦିଗକୁ ସନ୍ଦେହ କରି ଅଗ୍ନିଶମ ବାହିନୀ ପକ୍ଷରୁ ଆଖପାଖ ପୋଖରୀକୁ ମଧ୍ୟ ଖୋଜାଖୋଜି କରାଯାଇଥିଲା । ଶେଷରେ ପାଇଖାନା ଟାଙ୍କିରୁ ଆଶୀର୍ବାଦର ମୃତଦେହ ମିଳିଛି । ଉକ୍ତ ଗ୍ରାମର ବାପି ସାହୁ ଏଭଳି ଜଘନ୍ୟ କାଣ୍ଡ ଘଟଇଛି ବୋଲି ସ୍ଥାନୀୟ ସମାଜସେବୀ ମତ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dead-body-found-in-neighbors-toilet-tank-after-6-days | Argus News