Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୬ ଦିନ ପରେ ମିଳିଲା ୧୧ ବର୍ଷ ନାବାଳକର ମୃତଦେହ

Odisha

୬ ଦିନ ପରେ ମିଳିଲା ୧୧ ବର୍ଷ ନାବାଳକର ମୃତଦେହ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
୬ ଦିନ ପରେ ମିଳିଲା ୧୧ ବର୍ଷ ନାବାଳକର ମୃତଦେହ

ଶେଷରେ ମିଳିଲା ଆଶୀର୍ବାଦର ମୃତଦେହ । ଡେଲାଙ୍ଗ ରତନପୁରର ଶିଶୁ ନିଖୋଜ ଘଟଣାକୁ ୬ ଦିନ ବିତିଛି । ୬ ଦିନ ପରେ ଶିଶୁ ଆଶୀର୍ବାଦଙ୍କର ଶବ ପଡୋଶୀଙ୍କ ପାଇଖାନା ଟାଙ୍କିରୁ ରାତି ୨ ଟାରେ ଉଦ୍ଧାର କଲା ପୁଲିସ । ୧୧ ବର୍ଷର ନାବାଳକ ପୁଅ ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ । ନିଖୋଜ ପୁଅର ସନ୍ଧାନ ନପାଇ ବାପା ଓ ମା ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ଖୋଜାଖୋଜି ଜୋରଦାର କରାଯାଇଥିଲା ।


ଡେଲାଙ୍ଗ ବଜାରର ବିଭିନ୍ନ cctv କୁ ଯାଞ୍ଚ କରାଯାଇଛି । ତେବେ ବିଭିନ୍ନ ଦିଗକୁ ସନ୍ଦେହ କରି ଅଗ୍ନିଶମ ବାହିନୀ ପକ୍ଷରୁ ଆଖପାଖ ପୋଖରୀକୁ ମଧ୍ୟ ଖୋଜାଖୋଜି କରାଯାଇଥିଲା । ଶେଷରେ ପାଇଖାନା ଟାଙ୍କିରୁ ଆଶୀର୍ବାଦର ମୃତଦେହ ମିଳିଛି । ଉକ୍ତ ଗ୍ରାମର ବାପି ସାହୁ ଏଭଳି ଜଘନ୍ୟ କାଣ୍ଡ ଘଟଇଛି ବୋଲି ସ୍ଥାନୀୟ ସମାଜସେବୀ ମତ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Dead Body of 11-year-old boy found after 6 days | Argus News