୩୬ ଘଣ୍ଟା ପରେ ଡାଲମିଆ କାରଖାନାରୁ ମିଳିଲା ୩ ଶ୍ରମିକଙ୍କ ମୃତଦେହ

ରାଜଗାଙ୍ଗପୁର: କୋଇଲା ହପର ଭୁଶୁଡ଼ି ଚାପି ହୋଇଥିବା ୩ ଶ୍ରମିକଙ୍କ ମୃତଦେହ ମିଳିଛି । ଦୁର୍ଘଟଣାର ୩୬ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ମିଳିଛି ୩ ଶ୍ରମିକଙ୍କ ମୃତଦେହ । ଗୁରୁବାର ସନ୍ଧ୍ୟାରେ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକ ଚାପି ହୋଇ ଯାଇଥିଲେ ।
ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସାରାବୋ କହିଛନ୍ତି, ଉଦ୍ଧାର ମୃତଦେହକୁ ପୋଷ୍ଟମର୍ଟମ ଲାଗି ନିଆ ଯାଇଛି । ମୃତକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ମୃତକଙ୍କ ସ୍ତ୍ରୀଙ୍କୁ ଚାକିରି ସହ ଛୁଆଙ୍କୁ ମାଗଣାରେ ଯୁକ୍ତ ୨ ପର୍ଯ୍ୟନ୍ତ କମ୍ପାନୀ ପାଠ ପଢ଼ାଇବ ।
📱 Get Argus News App
✨ଗୁରୁବାର ସନ୍ଧ୍ୟାରେ ଡାଲମିଆ କାରଖାନାରେ ଦୁର୍ଘଟଣା ହୋଇଥିଲା । କୋଇଲା ଗୁଣ୍ଡ ତଳେ ଚାପି ହୋଇ ରହିଥିବା ୩ ଶ୍ରମିକଙ୍କ ମୋବାଇଲ୍ ସ୍ଵିଚ୍ ଅଫ୍ ରହିଥିଲା । ୩୬ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ୩ ଶ୍ରମିକଙ୍କ ମୃତଦେହ ମିଳିଛି । ଦୁର୍ଘଟଣା ପର ଠାରୁ ପ୍ଲାଣ୍ଟ ବାହାରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମୃତୟନ ହୋଇଥିଲେ ।