Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହାହେଲା ଶବ

Smruti Parija
Browse all articles by Smruti Parija
·1 year ago·1 min read
ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହାହେଲା ଶବ

ସୁବର୍ଣ୍ଣପୁର: ବାଇକରେ ବୁହାହେଳା ଶବ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ । ବିନିକା ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନଥିବାରୁ ବାଇକରେ ବୁହାହୋଇ ମୃତଦେହ ନିଆଯାଇଛି  । ଅର୍ଥାଭାବ ଯୋଗୁଁ ଗାଡ଼ି ଭଡ଼ା କରି ନ ପାରି ବାଇକ୍ ରେ ଶବ ନେଲେ ପରିବାର ବର୍ଗ । ବିନିକା ସହର ପାତିକାରପଡ଼ାର  ବିଦ୍ୟାଧର ନାଏକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ ।

ବିନିକା ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନଥିବାରୁ ଘରକୁ ମୃତଦେହ ନେବା ପାଇଁ  ଅର୍ଥାଭାବ ଯୋଗୁଁ ବେସରକାରୀ ଗାଡି କରି ପାରିନଥିଲେ । ଶେଷରେ ବାଧ୍ୟ ହୋଇ ଘରକୁ ମୃତକଙ୍କ ସମ୍ପର୍କୀୟ ବାଇକରେ ନେଇଯାଇଥିଲେ । ବିନିକା ଡାକ୍ତରଖାନାରେ ଦୀର୍ଘ ବର୍ଷ ହେବ ଦାବି ହେଉଥିଲେ ମଧ୍ୟ ମହାପ୍ରୟାଣ ଗାଡ଼ି ନଥିବାରୁ ବାଧ୍ୟହୋଇ ବିନିକା ମେଡ଼ିକାଲରୁ ନିଜ ଘର ପାତିକାରପଡ଼ା ପର୍ୟ୍ୟନ୍ତ ବାଇକରେ ବୋହି ନେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । 

ବିନିକା ଡାକ୍ତରଖାନାରେ ମହାପ୍ରୟାଣ ଗାଡି ନଥିବାରୁ ଅନେକ ଏହିପରି ସାଇକେଲ, ବାଇକ ଓ ଖନ୍ଦରେ ବୋହି ନେଇଥିବା ନଜିର ରହିଛି । ଏଣୁ ପ୍ରଶାସନ ତୁରନ୍ତ ବିନିକାକୁ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dead-body-taken-away-through-bike | Argus News