Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିଏମ ଆବାସରେ ଆବେଦନ ପାଇଁ ଆଜି ସରୁଛି ଡେଡଲାଇନ

Ritu Das
Browse all articles by Ritu Das
·1 year ago·2 min read
ପିଏମ ଆବାସରେ ଆବେଦନ ପାଇଁ ଆଜି ସରୁଛି ଡେଡଲାଇନ

ପୂର୍ବ ବିଜେଡି ସରକାରରେ ମୁଣ୍ଡ ଉପରେ ପକ୍କା ଘର ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା । ସଠିକ ହିତାଧିକାରୀ ଘର ପାଇବା କଷ୍ଟକର ବ୍ୟାପାର ଥିଲା । ୨୦୧୯ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ଟାର୍ଗେଟ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ବିଜେଡି ପୂରଣ କରିପାରିଲାନି ଟାର୍ଗେଟ । ଓଲଟା ୨୦୧୯ରେ ମୋଦି ଦେଇଥିବା ଟଙ୍କା ଅଯୋଗ୍ୟଙ୍କୁ ବାଣ୍ଟି ଦେଲେ । ଦଳୀୟ ଭିତ୍ତିରେ ଆବାସ ବଣ୍ଟନ ଯୋଗୁ ବଞ୍ଚିତ ହୋଇଥିଲେ ପ୍ରକୃତ ହିତାଧିକାରୀ । ୨୦୨୪ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ପ୍ରତିଶ୍ରୁତି ଦେଇଥିଲା ବିଜେଡି । ଏବେ ବି ୨୯ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ନାହିଁ ପକ୍କା ଘର। ପିଏମ ଆବାସରେ ଆବେଦନ ପାଇଁ ଆଜି ସରୁଛି ଡେଡଲାଇନ ।


ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ଏଥର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର । ନିକଟରେ ହୋଇଥିବା କାଳବୈଶାଖୀରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ମୟୂରଭଞ୍ଜ ଜିଲ୍ଲା । ରାଜସ୍ବ ମନ୍ତ୍ରୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏବେ ହୋଇଥିବା ଆବାସ ଆବେଦନରେ ସବୁଠୁ ଅଧିକ ଆବେଦନ ହୋଇଛି ମୟୂରଭଞ୍ଜ ଜିଲ୍ଲାରୁ । ୟା ପୂର୍ବରୁ ଯାଇଛି ଫନି, ତିତଲି, ଅମ୍ଫାନ, ଫାଇଲିନ ଭଳି ବାତ୍ୟା । ମୁଣ୍ଡ ଉପରେ ପକ୍କା ଘର ନଥିବାରୁ ଅନେକ ଲୋକ ହଇରାଣ ହୋଇଛନ୍ତି । ପିଏମ୍ ଆବାସ ଓ ଅନ୍ତ୍ୟୋଦୟ ଯୋଜନା ଯଦି ଠିକ ଭାବେ ଚାଲେ ତେବେ ୨୦୨୯ ସୁଦ୍ଧା ରହିବେନି ପକ୍କା ଘର ନ ଥିବା ଲୋକ । ଏବେ ସରଳ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେ। ଘରେ ରହି ଆବାସ ଯୋଜନା ଗୃହ ପାଇଁ ଲୋକେ କଲେ ସର୍ଭେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଡିଶାର ୩୦ଜିଲ୍ଲାରୁ ୨୮ ଲକ୍ଷ ୧୩ହଜାର ୩୫୩ ଜଣ ହିତାଧିକାରୀ କରିଛନ୍ତି ସର୍ଭେ। ମୟୁରଭଞ୍ଜ ଜିଲ୍ଲାରେ ମୋଟ ୧,୭୪,୧୬୨ ଜଣ ଏବଂ ଝାରସୁଗୁଡା ଜିଲ୍ଲାରେ ୨୮,୧୯୫ ଜଣ ହିତାଧିକାରୀ ସର୍ଭେ କରିଛନ୍ତି। ବଲାଙ୍ଗିର, ମୟୁରଭଞ୍ଜ, କଳାହାଣ୍ଡି, କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକ ଉପରେ ବିଜେପି ସରକାର ଦେଇଛନ୍ତି ଗୁରୁତ୍ବ। ଏହି ଜିଲ୍ଲାଗୁଡିକରେ ଏକ ଲକ୍ଷ ପାର ହୋଇଛି ଆବାସ ସର୍ଭେ ହିତାଧିକାରୀ। ରାଜ୍ୟରେ ମୋଟ ୨୮ଲକ୍ଷ ୧୩ହଜାର ୩୫୩ଜଣ ହିତାଧିକାରୀଙ୍କ ମଧ୍ୟରୁ ମହିଳା ହେଉଛନ୍ତି ୨୬ଲକ୍ଷ ୧୩ହଜାର ୩୧୭ ଏବଂ ପୁରୁଷ ହେଉଛନ୍ତି ୧ଲକ୍ଷ ୯୯ ହଜାର ୯୪୨ଜଣ। ୬୭ ହଜାର ୨୩୧ ଜଣ ଭିନ୍ନକ୍ଷମ ହିତାଧିକାରୀ କରିଛନ୍ତି ସର୍ଭେ। ସାଧାରଣ ବର୍ଗର ୧୩ ଲକ୍ଷ ୫୩ ହଜାର ୧୫୭ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସର୍ଭେ କରିଥିବା ବେଳେ ଏସ୍.ସି ବର୍ଗର ୫ଲକ୍ଷ ୮୨ ହଜାର ୪୭୫ ଏବଂ ଏସ୍.ଟି ବର୍ଗର ୮ଲକ୍ଷ ୭୭ ହଜାର ୭୨୧ ଜଣ ହିତାଧିକାରୀ ସର୍ଭେ କରିଛନ୍ତି।

Sponsored
deadline-for-applications-to-pm-abasa-yojana-is-today-last | Argus News