Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଦଭାଟି ଠିକାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ: ଜଣେ ମୃତ, ୨ ଗୁରୁତର

Odisha

ମଦଭାଟି ଠିକାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ: ଜଣେ ମୃତ, ୨ ଗୁରୁତର

Ritu Das
Browse all articles by Ritu Das
·1 year ago
ମଦଭାଟି ଠିକାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ: ଜଣେ ମୃତ, ୨ ଗୁରୁତର

ଅର୍ଗସ ବ୍ୟୁରୋ: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଗୁଦୁରାମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ମଦଭାଟି ଠିକାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଅଛନ୍ତି। ମୃତକ ହେଲେ କନବାର ଗ୍ରାମର ମହେଶ୍ବର ବେହେରା ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି l କୌଣସି ଏକ କାରଣକୁ ନେଇ ପ୍ରଥମେ ବଚସା ଆଉ ପରେ ହାତାହାତି ପରିସ୍ଥିତି ଉପୁଜିଥିଲା l


ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଅଧିକ ତଦନ୍ତ ଚଳାଇଛି ଭେଡେନ ପୋଲିସ l ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଭେଡେନ ଥାନାରେ ଶତାଧିକ ମହିଳାଙ୍କ ଭିଡ଼ ମଧ୍ୟ ଦେଖା ଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Deadly attack centered on Madavati: 1 dead, 2 seriously injured | Argus News