Fire Incident / ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ଚାଲିଯାଇଛି ୪ ଜୀବନ

Key Points
ନିଆଁରେ ଜଳିଗଲେ ମା’, ଝିଅ ଓ ୨ ନାତୁଣୀ
ଦୀର୍ଘ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ୍ତ କଲେ ଅଗ୍ନିଶମ ବାହିନୀ
ଅଗ୍ନିକାଣ୍ଡର ଭୟାବହ ରୂପ ନେଇଗଲା ଗୋଟିଏ ପରିବାରର ଚାରି ଚାରିଟି ଜୀବନ । ନିଆଁରେ ପୋଡ଼ି ଦୁଇ ମହିଳା ଓ ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଛି । ଏଭଳି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ପଞ୍ଚାୟତର ସେକ୍ ମହଲା ଗାଁରେ ।
ସୂଚନା ଅନୁଯାୟୀ, ଗାଁର ସେକ୍ ନିଜାମ ଉଦ୍ଦିନଙ୍କ ଘରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁର ପ୍ରକୋପ ଏତେ ବଢ଼ିଯାଇଥିଲା ଯେ ଘର ଭିତରେ ଥିବା ଲୋକଙ୍କୁ ବାହାରକୁ ବାହାରିବାର ସୁଯୋଗ ମିଳିନଥିଲା । ଫଳରେ ଘର ଭିତରେ ଥିବା ଦୁଇ ମହିଳା ଓ ଦୁଇ ଶିଶୁ ନିଆଁରେ ପୋଡ଼ି ପ୍ରାଣ ହରାଇଥିଲେ ।
ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ଚାରି ଜଣଙ୍କ ଜୀବନ ଚାଲିଯାଇଥିଲା ।
ଅନ୍ୟପକ୍ଷରେ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଘରେ ନିଆଁ ଲାଗିଲା, ତାହାର କାରଣ ଖୋଜା ଚାଲିଛି । ଗ୍ୟାସ୍ ଟାଙ୍କି ଫାଟିବା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାର କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ । ଏହି ଅଭାବନୀୟ ଘଟଣା ପରେ ସେକ୍ ମହଲା ଗାଁରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ପରିବାରର ଚାରି ଜଣଙ୍କ ଅକାଳ ମୃ*ତ୍ୟୁ ସମସ୍ତଙ୍କୁ ଗଭୀର ମର୍ମାହତ କରିଛି ।
📱 Get Argus News App
✨Related Topics
Explore more stories