Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋଟୁରେ ଲ୍ୟାଣ୍ଡ ଜିହାଦର ସାଂଘାତିକ ତଥ୍ୟ ଭାଇରାଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୋଟୁରେ ଲ୍ୟାଣ୍ଡ ଜିହାଦର ସାଂଘାତିକ ତଥ୍ୟ ଭାଇରାଲ

Key Points

ମୋଟୁରେ ଲ୍ୟାଣ୍ଡ ଜିହାଦ

୧୦୦ ଏକର ନୁହେଁ ୨୮୫ ଏକର ସରକାରୀ ଜମିକୁ ମାଡି ବସିଛି ମାସୁମ ଖାନ୍

ମାଲକାନଗିରି ମୋଟୁରେ ଲ୍ୟାଣ୍ଡ ଜିହାଦର ସାଂଘାତିକ ତଥ୍ୟ । ଅର୍ଗସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ୧୦୦ ଏକର ନୁହେଁ ବରଂ ୨୮୫ ଏକର ସରକାରୀ ଜମିକୁ ନିଜ ଅକ୍ତିଆରରେ ରଖିଛି ମାସୁମ ଖାନ୍ ଓ ତା ଭାଇ ଜମାଲ ଖାନ । ଦୀର୍ଘ ବର୍ଷ ଧରି ୨୮୫ ଏକର ସରକାରୀ ଜମିକୁ ଜବର ଦଖଲ କରି ମନମାନୀ କରୁଛି ମାସୁମ ଖାନ୍ । ଉଚ୍ଚ ନ୍ୟାୟାଳୟ ରିଟ୍ ପିଟିସନରେ ନିଜେ କହିଛି ମାସୁମ ଖାନ୍‌ର ଭାଇ ଜମାଲ ଖାନ । ବହୁ ଚର୍ଚ୍ଚିତ ମାଲକାନଗିରି ଜିଲ୍ଲା ମୋଟୁର ଇସଲାମ ନଗରରେ ଶହେ ଏକର ସରକାରୀ ଜମି ଜବର ଦଖଲ ଘଟଣା ।

ମୋଟୁର ବିଜେଡି ନେତା ମାସୁମ ଖାନ ପୂର୍ବ ସରକାର ସମୟରେ ବିଜେଡି ନେତା ଓ ସରକାରୀ କର୍ମଚାରୀଙ୍କୁ ହାତ ବାରିସୀ କରି ଶହେ ଏକରରୁ ଅଧିକ ସରକାରୀ ଜମି ଓ ସଂରକ୍ଷିତ ଜଙ୍ଗଲକୁ କାଟି ସଫା କରି ଇସଲାମ ନଗର ନିର୍ମାଣ କରିଥିଲା । ଅର୍ଗସରେ ଏହି ଖବର ବାରମ୍ବାର ପ୍ରସାରଣ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସେପଟେ କୌଣସି କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଏବେ ମାଲକାନଗିରି ଉପଜିଲ୍ଲାପାଳ କହୁଛନ୍ତି ଖାନ ପରିବାର ପାଖରେ ମାତ୍ର ୩୫ରୁ ୪୦ ଏକର ରାଜସ୍ୱ ଜମି ଜବରଦଖଲରେ ରହିଛି । ତାହା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହୁଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
deadly-information-about-land-jihad-in-motu-goes-viral | Argus News