Videos
|
Odisha

Kidney Infection / ବ୍ୟାପୁଛି କିଡନୀ ରୋଗ, ଦୁଇ ମୃତ ୧୭ ଆକ୍ରାନ୍ତ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ବ୍ୟାପୁଛି କିଡନୀ ରୋଗ, ଦୁଇ ମୃତ ୧୭ ଆକ୍ରାନ୍ତ

Key Points

ଗଞ୍ଜାମ କୋମଣ୍ଡ ଗାଁରେ ବ୍ୟାପୁଛି କିଡନୀ ରୋଗ
ମାସକରେ ଦୁଇ ମୃତ, ୧୭ ଜଣ ହେଲେଣି ଆକ୍ରାନ୍ତ
କାରଣ ଖୋଜୁଛନ୍ତି ଡାକ୍ତରୀ ଦଳ
କୋମଣ୍ଡ ଗ୍ରାମରେ କିଡନୀ ରୋଗ ଆତଙ୍କ । ଗୋଟିଏ ମାସରେ ଦୁଇ ମୃତ ଓ 17 ରୋଗୀ ଚିହ୍ନଟ ହୋଇଛନ୍ତି । ଡାକ୍ତରୀ ଦଳଙ୍କ ଛାନଭିନ ସତ୍ତ୍ୱେ ଜଣାପଡ଼ୁନି ରୋଗର ପ୍ରକୃତ କାରଣ । ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କୋମଣ୍ଡ ଗ୍ରାମରେ କିଡନୀ ରୋଗ ଆତଙ୍କ ଦେଖା ଦେଇଥିବା ବେଳେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା 17ରେ ପହଂଚିଲାଣି । ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିବା ସହ ଗତ ଏକ ମାସ ମଧ୍ୟରେ କିଡନୀ ରୋଗରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

କୋମଣ୍ଡ ଗ୍ରାମରେ ପ୍ରାୟ ଦୁଇ ହଜାର ଲୋକ ବସବାସ କରନ୍ତି । ଗ୍ରାମର ପ୍ରାୟତଃ ଅଧିକାଂଶ ଲୋକ ରାଜ୍ୟ ବାହାରକୁ ଯାଇ କାମଧନ୍ଦା କରି ଜୀବିକା ନିର୍ବାହ କରିଥାନ୍ତି । ଗ୍ରାମର ଜଣେ 19 ବର୍ଷର ଯୁବକ ଆର ସନ୍ୟାସୀ ରେଡ୍ଡୀଙ୍କ ପୁଅ ଆର ଦୀପକ ରେଡ୍ଡୀ ପରିବାର ଗୁଜୁରାଣ ମେଂଟାଇବା ପାଇଁ ପାଠରେ ଡୋରି ବାନ୍ଧି କାମଧନ୍ଦା ପାଇଁ ଚେନ୍ନାଇ ଯାଇଥିବା ବେଳେ ସେଠାରେ ଉଚ୍ଚ ରକ୍ତ ଚାପ ବଢ଼ି ମୁହଁ ଦେହ ଫୁଲିଥିଲା । ତେଣୁ ଘରକୁ ଫେରି ବହୁତ ଟଙ୍କା ଚିକିତ୍ସାରେ ଖର୍ଚ୍ଚ କରିବା ପରେ ଘରର ରୋଜଗାରିଆ ଶେଷରେ ଗତ ଅକ୍ଟୋବର 25 ତାରିଖରେ ଆଖି ବୁଜିଥିଲା ।

ଠିକ ସେହିପରି ଗ୍ରାମର ଅରକ୍ଷିତ ରେଡ୍ଡୀଙ୍କ ପୁଅ କେ ସାକିଲି ରେଡ୍ଡୀଙ୍କର ମଧ୍ୟ କିଡନୀ ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ଗ୍ରାମର 17 ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ 4 ଜଣ ଡାୟଲିସିସରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ କୋମଣ୍ଡ ଗ୍ରାମ ସମେତ ଆଖପାଖ ଗ୍ରାମରେ ଉଦବେଗ ପ୍ରକାଶ ପାଇଥିବା ବେଳେ କିଛି ରୋଗୀ ରାଜ୍ୟ ବାହାରକୁ ଯାଇ ଚିକିତ୍ସିତ ହେଉଥିବା ବେଳେ ଜଣେ ମାନସିକ ମହିଳା ରୋଗୀ ଜମୁନା ରେଡି ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇ ଡାଇଲେସିସ ହେଉଛନ୍ତି।

କ୍ରମଶଃ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲକ୍ଷ୍ୟ କରି ବ୍ଳକର ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ବିଭାଗ ପାନୀୟ ଜଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ଇତି ମଧ୍ୟରେ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କରୁଣାକର ବେହେରା, ଏ ଏନ ଏମ, ଆଶା କର୍ମୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ସଂଗଠକ ସହ ଏକ ସ୍ୱାସ୍ଥ୍ୟ ଟିମ ଗ୍ରାମରେ ପହଞ୍ଚି କିଡନୀ ରୋଗୀମାନଙ୍କୁ ଭେଟି ରୋଗର ପକୃତ କାରଣ ଖୋଜୁଥିବା ଦେଖିବାକୁ ମିଳିଛି । ଏକ ସମୟରେ ଏତେ ସଂଖ୍ୟକ ଲୋକ ରୋଗରେ ପୀଡିତ ହେବା, ଏହା ଉଚ୍ଚ ରକ୍ତ ଚାପ କିମ୍ବା ପାନୀୟ ଜଳ ଜନିତ କିମ୍ବା ଅନ୍ୟ କୌଣସି କାରଣରୁ ହେବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି । ତେଣୁ ତୁରନ୍ତ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷା କରି ରୋଗର କାରଣ ଖୋଜିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Kidney Infection | Kidney Disease Outbreak: 2 Dead, 17 Infected in Rapidly Spreading Illness | Argus News | Argus News