DA Hikes / ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

Key Points
ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି
ସମୁଦାୟ ମହଙ୍ଗା ଭତ୍ତା ୫୫ ରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଲା
ପେନସନ୍ଭୋଗୀଙ୍କ ଟି. ଆଇରେ ମଧ୍ୟ ବୃଦ୍ଧି
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୫ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ ।
📱 Get Argus News App
✨ଦୀପାବଳି ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanModisha ଙ୍କ ଘୋଷଣା
— CMO Odisha (@CMO_Odisha) October 16, 2025
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି
ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଲା
ଏହା ଜୁଲାଇ ପହିଲା ୨୦୨୫ରୁ ପିଚ୍ଛିଲା ଭାବରେ ଲାଗୁ ହେବ
ଏହି ବର୍ଦ୍ଧିତ ମହଙ୍ଗା…
ଆଗକୁ ଧନତେରସ ଓ ଦୀପାବଳି । ଏନେଇ ସମସ୍ତଙ୍କ ମନରେ ଉତ୍ସାହ । ନୂଆ ଡ୍ରେସ ପିନ୍ଧି ବାଣ ଫୁଟାଇ ଧୁଣଧାମରେ ଦୀପବାଳି ପାଳିବାକୁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଠିକ୍ ସେମିତି ସୁନା ହେଉ ବା କିଛି ନୂଆ ଜିନିଷ ପ୍ରାୟ ସମସ୍ତେ ନିଜ ପ୍ରିୟଜନ ପାଇଁ କିଣିଥାନ୍ତି । ଆଉ ଏ ସବୁ ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି ସମସ୍ତଙ୍କୁ ବେଶ ଖୁସି ଦେଇଛି ।
ଆହୁରି ପଢନ୍ତୁ Dhanteras Tips / ଧନତେରସରେ କରନ୍ତୁ ଏହି ୫ ଉପାୟ; ସୁନା ପରି ଚମକିବ ଭାଗ୍ୟ
Related Topics
Explore more stories