ସୋଲାର କରେଣ୍ଟ ଲାଗି ମାଈ ହାତୀର ମୃତ୍ୟୁ
·1 year ago·1 min read

Key Points
ସୋଲାର କରେଣ୍ଟ ଲାଗି ମାଈ ହାତୀର ମୃତ୍ୟୁ
ଅନୁଗୋଳ ଛେଣ୍ଡିପଦା ବନାଞ୍ଚଳ ନାଳିଆ ସାହିରେ ହାତୀର ମୃତ୍ୟୁ
ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହେବା ଚିନ୍ତାର ବିଷୟ
ହାତୀ ଦାଉରୁ ସୁରକ୍ଷା ପାଇଁ ସୋଲାର ଫିନିସିଙ୍ଗ କରିଥିଲା ବନବିଭାଗ
ଅଞ୍ଚଳରେ ହାତୀପଲ ଘଉଡାଇବାରେ ବନବିଭାଗ ବିଫଳ
ପୁଣି ବିଦ୍ୟୁତ୍ ନେଲା ହାତୀର ଜୀବନ । ସୋଲାର କରେଣ୍ଟ ଲାଗି ମାଈ ହାତୀର ମୃତ୍ୟୁ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡ଼ଙ୍ଗାପାଳ ବିଟ ନାଳିଆ ସାହିରେ ହାତୀର ମୃତ୍ୟୁ ହୋଇଛି l ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହେବା ଚିନ୍ତାର ବିଷୟ ପାଳଟିଛି । ହାତୀ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ସୋଲାର ଫିନିସିଙ୍ଗ କରାଯାଇଥିଲା ।
୪ଦିନ ହେବ ୧୫ରୁ ୧୬ ଟିକିଆ ହାତୀପଲ ଏହି ଅଞ୍ଚଳରେ ଥିବା ବେଳେ ବନବିଭାଗ ଘଉଡାଇବାରେ ବିଫଳ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ହାତୀପଲ ଗାଁ ଛାଡି ଯାଇ ନଥିବା ସୂଚନା । ସେପଟେ ସୋଲାର କରେଣ୍ଟ ଲାଗି ହାତୀ କିପରି ମଲା ସେ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: