Videos
|
Odisha

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀଙ୍କ ଶୋକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀଙ୍କ ଶୋକ

Key Points

ଆଖିବୁଜିଲେ ବଳଙ୍ଗା ପୀଡ଼ିତା

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ସୂଚନା

ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ସୂଚନା। ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କର ଏକାଧିକ ଅସ୍ତ୍ରୋପଚାର କରାଯାଇଥିଲା । ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ କରାଯାଇଥିଲା ସ୍ଥାନାନ୍ତର। ସରକାର ଓ ବିଶେଷଜ୍ଞ ଡାକ୍ତରୀଟିମଙ୍କ ଚେଷ୍ଟା ସତ୍ତ୍ୱେ ଜୀବନ ରକ୍ଷା ହୋଇପାରିଲା ନାହିଁ। ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରକାଶ । 


ମୁଖ୍ୟମନ୍ତ୍ରୀ କହିଛନ୍ତି, 'ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ । ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନା ଅନୁଯାୟୀ, ପୀଡ଼ିତାଙ୍କୁ ଗତ କିଛି ସପ୍ତାହ ପୂର୍ବେ ଦୁର୍ବୃତ୍ତମାନେ ଅପହରଣ କରି ତାଙ୍କ ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା, ପରେ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଯେଉଁମାନେ ବିଭିନ୍ନ ବିଭାଗର ୧୪ ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିଲା। ପୀଡ଼ିତାଙ୍କର ୭୫ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଏବଂ ଏହା ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ ଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କୁ ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା, କିନ୍ତୁ ଗୁରୁତର ଅବସ୍ଥା ହେତୁ ସେ ମୃତ୍ୟୁବରଣ କରିଛନ୍ତି।

death-of-balanga-patient | Argus News