ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା

Key Points
ଆନ୍ଧ୍ରରେ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ୬ ଓଡ଼ିଆଙ୍କ ମୃତ୍ୟୁ ହୋଇଛି
ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା
ଦିଗପହଣ୍ଡିର ୪, ମୋହନା ଅଞ୍ଚଳର ୨ ଶ୍ରମିକଙ୍କ ପରିବାର ପାଇବେ ସହାୟତା
ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା । ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ । ଦୁଃଖ ପ୍ରକାଶ ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଦିଆଯିବ । ଦିଗପହଣ୍ଡିର ୪, ମୋହନା ଅଞ୍ଚଳର ୨ ଶ୍ରମିକଙ୍କ ପରିବାର ପାଇବେ ସହାୟତା । ଆନ୍ଧ୍ରରେ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ୬ ଓଡ଼ିଆଙ୍କ ମୃତ୍ୟୁ ହୋଇଛି ।
ମୃତକ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏକ୍ସରେ ପୋଷ୍ଟ କରି ଘଟଣାରେ ଦୁଖ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତକଙ୍କ ଅମର ଆତ୍ମାର ସଦଗତି ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆନ୍ଧ୍ର ବାଲିକୁରୁମା କୁଆଁରୀରେ ପଥର ଖଣିରେ କାମ କରୁଥିବାବେଳେ ଘଟିଥିଲା ଏହି ଅଘଟଣ । ଜିଲ୍ଲା ପ୍ରଶାସନ ଉଦ୍ୟମରେ ମୃତଦେହକୁ ଗାଁକୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।