ରାଣିବଣିଆ ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ
·1 year ago

କଟକ: ଖୁଣ୍ଟୁଣୀ ରାଣିବଣିଆ ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ପଙ୍କାଳ ଗାଁର ମହମ୍ମଦ ତଏବ । ଅସୁସ୍ଥ ହୋଇ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗତ ଡିସେମ୍ବର ୧୮ରେ ତିଗିରିଆ ଗଣ୍ଡଗୋଳ ବେଳେ ପୋଲିସ ଟିମ୍ କୁ ଦୁର୍ବ୍ୟବହାର ଓ ଆକ୍ରମଣ ଅଭିଯୋଗରେ ଗିରଫ କରିଥିଲା ପୋଲିସ୍ । କଏଦୀ ମୃତ୍ୟୁକୁ ନେଇ ତିଗିରିଆ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।
ପଙ୍କାଳ ଗାଁର ଶତାଧିକ ମହିଳା 65 ନଂ ରାଜ୍ୟ ରାଜପଥ ପଙ୍କାଳ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ପୋଲିସ୍ ଆକ୍ରୋଶମୂଳକ ଭାବେ ଗିରଫ କରି ଦଫା ଲଗାଇଥିବା ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ କରାଯାଇଛି । ଖୁଣ୍ଟୁଣୀ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନା ପଠାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: