Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟର ବଭିନ୍ନ ସ୍ଥାନରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

Ritu Das
Browse all articles by Ritu Das
·1 year ago·2 min read
ରାଜ୍ୟର ବଭିନ୍ନ ସ୍ଥାନରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

Key Points

ଅଶୁଭ ଶୁକ୍ରବାର । ରାଜ୍ୟର ବଭିନ୍ନ ସ୍ଥାନରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ।

ଅଶୁଭ ଶୁକ୍ରବାର । ରାଜ୍ୟର ବଭିନ୍ନ ସ୍ଥାନରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି । ଯାଜପୁର ଧର୍ମଶାଳା ବ୍ଲକ ଅଞ୍ଜିରା ପଂଚାୟତର ବୁରୁସାହି ଗାଁରେ ବଜ୍ରପାତରେ ଦୁଇ ଜଣ ନାବାଳକଙ୍କ ଜୀବନ ଯାଇଛି । ପାଣ୍ଡେ ଚେତାରଙ୍କ 12 ବର୍ଷୀୟ ପୁଅ ଟୁକୁଲି ଓ ଅର୍ଜୁନ ହେମ୍ବ୍ରମଙ୍କ 13 ବର୍ଷର ପୁଅ ତାରା ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ବଜ୍ରପାତ ହୋଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଡାକ୍ତରଖାନାରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


ସେହିପରି ଢେଙ୍କାନାଳ ମହାବିରୋଡ଼ ଥାନା ଦଶୀପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ସୁରୁଷି ବିଶ୍ୱାଳ । ନିଜ ଘର ସାମ୍ନାରେ ମହିଳା ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ତୁରନ୍ତ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ବି ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। କୋରାପୁଟର ସେମିଳିଗୁଡା ଚେରଙ୍ଗୁଲ ପଞ୍ଚାୟତ ଖାଲପଡି ଗାଁରେ ବି ବଜ୍ରପାତ ଜଣଙ୍କ ଜୀବନ ନେଇଛି। ପୋଟାଙ୍ଗି ବ୍ଲକ୍ କୋଟିୟା ପଂଚାୟତ ଦେଓମାଳିରେ ବଜ୍ରାଘାତରେ 5ଟି ଗାଈଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲାରେ ୩, ଗଞ୍ଜାମରେ ୨, ଗଜପତିରେ ଜଣଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଲକ୍ଷ୍ମୀପୁରରେ ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଭଞ୍ଜନଗର ବେଲଗୁଣ୍ଠା କେବିରିବରପୁରରେ ଯୁବତୀ ମୃତ। ପୋଲସରା କବିସୂର୍ଯ୍ୟନଗର କେ. ବରିଡ଼ା ଗାଁରେ ନାବାଳକ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ମୋହନା ଆର୍‌. ଉଦୟଗିରି କାନକଟାରେ ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored