Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

vigilance investigation / ଦେବବ୍ରତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ,ପଚାରିବ କେଉଁଠୁ ଆଣିଲେ ଟଙ୍କା

Bikash Mohanty
Browse all articles by Bikash Mohanty
·4 months ago·2 min read
ଦେବବ୍ରତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ,ପଚାରିବ କେଉଁଠୁ ଆଣିଲେ ଟଙ୍କା
vigilance

Key Points

କୋଟିପତି ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଅଡୁଆ ବଢ଼ିଲା
ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ  ୩ ଦିନିଆ ରିମାଣ୍ଡରେ ପଠାଇଛନ୍ତି
୦୭ ମାର୍ଚ୍ଚ ପର୍ଯ୍ୟନ୍ତ ହେପାଜତରେ ରହିବେ
କଳାଧନର ଉତ୍ସ ବାବଦରେ ପଚରାଉଚରା କରାଯିବ
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କୋଟିପତି ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଅଡୁଆ ବଢ଼ିଲା। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଭିଜିଲାନ୍ସ ପକ୍ଷରୁ ୫ ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ କୋର୍ଟ ୩ ଦିନ ମଞ୍ଜୁର କରିଛନ୍ତି। ୦୭ ମାର୍ଚ୍ଚ ପର୍ଯ୍ୟନ୍ତ ହେପାଜତରେ ରଖି ତାଙ୍କୁ କଳାଧନର ଉତ୍ସ ବାବଦରେ ପଚରାଉଚରା କରାଯିବ। ତଦନ୍ତ ପ୍ରକ୍ରିୟାର ଅଂଶସ୍ୱରୂପ ଆଜି ଦେବବ୍ରତଙ୍କୁ ଫୁଲବାଣୀ ନିଆଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଥିବା ତାଙ୍କ ଭଡ଼ାଘରେ ଚଢ଼ାଉ କରିବା ସହ ସମସ୍ତ ସାମଗ୍ରୀର ଇନଭେଣ୍ଟ୍ରି ପ୍ରସ୍ତୁତ କରିବେ ତଦନ୍ତକାରୀ ଦଳ। କୋଟିରୁ ଅଧିକ ନଗଦ ଟଙ୍କା ଜବତ ମାମଲାରେ ଏହି ରିମାଣ୍ଡ ଅନେକ ଗୁମର ଖୋଲିବ ବୋଲି ଆଶା କରାଯାଉଛି।...ଭିଜିଲାନ୍ସ ରେଡ ବେଳେ ତାଙ୍କ ଘରୁ 4କୋଟି ରୁ ଅଧିକ ଟଙ୍କା ପାଇଥିଲା ଭିଜିଲାନ୍ସ
ଗତ 25 ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଘରୁ ୪ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିଲା। ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ପାଖାପାଖି ୧୩୦ ଗ୍ରାମ୍‌ ସୁନା ମିଳିଥିଲା ବାବୁଙ୍କ ଘରୁ । ଭୁବନେଶ୍ବର ପାହାଳରେ ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ରହିଛି।

ମାସିକ ୮ ହଜାର ଟଙ୍କା ଦରମାରେ ୨୦୦୪ରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଦେବବ୍ରତ। ବଲାଙ୍ଗୀରରେ ଜୁନିୟର ମାଇନିଂ ଅଫିସର ଭାବେ ଚାକିରି ଆରମ୍ଭ କରିଥିଲେ । ଚଳିତବର୍ଷ ଜାନୁଆରୀ ୭ରେ କଟକରେ ଡେପୁଟି ଡାଇରେକ୍ଟର ମାଇନ୍ସ ଭାବେ ଯୋଗ ଦେଇଥିଲେ । କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଦଶପଲାର ମେଜର ଓ ମାଇନର ମିନେରାଲ ବାବୁଙ୍କ ଅଧୀନରେ ଥିଲା । ୨୦୨୮ ମେ'ରେ ନେଇଥାନ୍ତେ ଅବସର ହେଲେ ତା ପୂର୍ବରୁ ଲାଞ୍ଚ ମାମଲାରେ ଜେଲ ହାଜତକୁ ଯାଇଛନ୍ତି ଦେବବ୍ରତ।

ଭିଜିଲାନ୍ସ ଚଢ଼ାଉରେ ଆଜିଯାଏଁ ଜବତ ହୋଇଥିବା ନଗଦ ଟଙ୍କାର ସର୍ବକାଳୀନ ରେକର୍ଡ । ପୂର୍ବରୁ ଏକଜିକ୍ୟୁଟିଭ୍ ଇଞ୍ଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କଠାରୁ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା, ନବରଙ୍ଗପୁରର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩ କୋଟି ୧୨ ଲକ୍ଷ ୩୦ ହଜାର ୮୦୦ଟଙ୍କା, RW ବିଭାଗ ମୁଖ୍ୟ ଯନ୍ତ୍ରୀ, ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରୁ ୨କୋଟି ୫୬ଲକ୍ଷ ଟଙ୍କା, ମାଲକାନଗିରି ଜଳସମ୍ପଦ ବିଭାଗ ପିଡି ଶାନ୍ତନୁ ମହାପାତ୍ରଙ୍କ ୨ କୋଟି ୮ ଲକ୍ଷ ଟଙ୍କା ଓ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରି ୧ କୋଟି ୬୪ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସ୍ବାଭାବିକ ଭାବେ ସନ୍ଦେହ ହେଉଛି, ସରକାରୀ ପଦପଦବୀର ଦୁରୂପଯୋଗ କରି ନିଜସ୍ବ ବ୍ୟାଙ୍କ ବାଲାନ୍ସ ବଢ଼ାଇଛନ୍ତି ଏହି ବଡ଼ ବାବୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vigilance investigation | Debabrata Mohanty Vigilance Case: Probe Intensifies Against Mining Officer | Argus News