Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ଛାଡ଼ିଲେ ଦେବାଶିଷ,ଶ୍ରୀମୟୀ ମାରିଲେ ତେରଛାବାଣ, କହିଲେ ଧରମ ପୁଅ ଥିବା ଯାଏଁ ଜଣଙ୍କ ପରେ ଜଣେ ବିଜେଡିରୁ ଯିବେ

Odisha

BJD Crisis / ବିଜେଡି ଛାଡ଼ିଲେ ଦେବାଶିଷ,ଶ୍ରୀମୟୀ ମାରିଲେ ତେରଛାବାଣ, କହିଲେ ଧରମ ପୁଅ ଥିବା ଯାଏଁ ଜଣଙ୍କ ପରେ ଜଣେ ବିଜେଡିରୁ ଯିବେ

Bikash Mohanty
Browse all articles by Bikash Mohanty
·1 month ago·2 min read
ବିଜେଡି ଛାଡ଼ିଲେ ଦେବାଶିଷ,ଶ୍ରୀମୟୀ ମାରିଲେ ତେରଛାବାଣ, କହିଲେ ଧରମ ପୁଅ ଥିବା ଯାଏଁ ଜଣଙ୍କ ପରେ ଜଣେ ବିଜେଡିରୁ ଯିବେ
Sreemayee

Key Points

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଲେ
ଦଳର ପୁର୍ବତନ ନେତ୍ରୀ ଶ୍ରୀମୟୀ ମାରିଲେ ତେରଛାବାଣ
କହିଲେ ଧରମ ପୁଅ ଥିବା ଯାଏଁ ଜଣଙ୍କ ପରେ ଜଣେ ବିଜେଡିରୁ ଯିବେ
ଭୁବନେଶ୍ବର,୨୫/୦୫: ବିଜେଡି ଛାଡ଼ିଲେ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ବିଜେଡିରୁ ଦେବାଶିଷ ସାମନ୍ତରାଏଙ୍କ ଇସ୍ତାଫାକୁ ନେଇ ଦଳର ପୁର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ବିଜେଡିରେ ବିପ୍ଳବର ବହ୍ନି ଲାଗିଛି,ବିଜେଡିରେ ଆଉ ନେତା ନାହାନ୍ତି
ଧରମ ପୁତ୍ର ମୋହରେ ବିଜେଡିକୁ ଛାରଖାର କଲେ ନବୀନ ପଟ୍ଟନାୟକ ବୋଲି କହିଛନ୍ତି। ଧରମ ପୁଅ ଥିବା ଯାଏଁ ଜଣଙ୍କ ପରେ ଜଣେ ବିଜେଡିରୁ ଯିବେ ବୋଲି ସେ କହିଛନ୍ତି। ଫେରିଆସ ସନ୍ୟାସୀ ପ୍ରଚାର ନକରି,ଯଦି ଫେରିଆସ ପୁରୁଖା କ୍ୟାମ୍ପେନ ହୋଇଥାନ୍ତା, ତେବେ ଏଭଳି ସ୍ଥିତି ହୁଅନ୍ତାନି ବୋଲି କହିଛନ୍ତି ଶ୍ରୀମୟୀ।

ନିଜ ଇସ୍ତଫା ପତ୍ର ରେ ଦେବାଶିଷ ଲେଖିଛନ୍ତି ରାଜ୍ୟସଭାକୁ ମୋତେ ମନୋନୀତ କରିବା ପାଇଁ ମୁଁ ସର୍ବଦା ଆପଣଙ୍କ ନିକଟରେ ଋଣୀ ରହିବି। ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଏବଂ ଜାତୀୟ ସ୍ତରରେ ଓଡ଼ିଶାର ସମସ୍ୟା ଉଠାଇବା ପାଇଁ ମୋତେ ସୁଯୋଗ ଦେବା ପାଇଁ ମୁଁ ଏହି ସୁଯୋଗକୁ ଆପଣମାନଙ୍କ ପ୍ରତି ମୋର ଆନ୍ତରିକ ଏବଂ ଗଭୀର କୃତଜ୍ଞତା ଜଣାଇବାକୁ ଚାହୁଁଛି। ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୃଢ଼ ବିଶ୍ୱାସ ଏବଂ ପ୍ରତିବଦ୍ଧତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ ପଦ୍ଧତିଗତ ଭାବରେ ହୀନ କରିଦିଆଯାଉଛି ଏବଂ ଦଳ ମୋ ସେବା ଆବଶ୍ୟକ କରେ ନାହିଁ। ତେଣୁ, ମୁଁ ଜନସ୍ୱାର୍ଥରେ ଏହି କଠିନ ନିଷ୍ପତ୍ତି ନେଇଛି ଏବଂ ମୋର ଇସ୍ତଫା ଗ୍ରହଣ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି।
 
ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତ ମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ

       ଦେବାଶିଷ ବିଜେଡି ଛାଡ଼ିବା ପଛର କାରଣ

1. ୱାକଫକୁ ନେଇ ନବୀନ ଙ୍କ ଦୋମୁହାଁ ନୀତିରୁ ଅସନ୍ତୋଷ ଆରମ୍ଭ ହୋଇଥିଲା
2.ଭୈରବ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ପ୍ରାଦୁର୍ଭାବକୁ ନବୀନଙ୍କ ନୀରବ ସମର୍ଥନ
3. ବାରମ୍ବାର ନବୀନ ଙ୍କୁ ଭେଟି ବାକୁ ସମୟ ମାଗୁଥିଲେ ବି ନବୀନ ନ ଭେଟିବା, ଯାହାକୁ ଗଣମାଧ୍ୟମ ସାମନାରେ କହିଥିଲେ ଦେବାଶିଷ
4. ଚିଠି ଲେଖି ନବୀନଙ୍କୁ ଦଳରେ ଚାଲିଥିବା ବିଶୃଙ୍ଖଳାକାରୀ ତତ୍ତ୍ଵ ଙ୍କ ବିଷୟରେ ଅବଗତ କରିଥିଲେ ବି ତାକୁ ଗୁରୁତ୍ଵ ନଦେବା
5. ଯୁବ ଓ ଦ୍ବିତୀୟ ପିଢି ନେତାଙ୍କୁ ନେଇ ସ୍ଵର ଉଠାଇଲେ ବି ନବୀନ ନ ଶୁଣିବା
6. ସବୁଠୁ ବଡ଼ କାରଣ ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପଠାଇବା
7. ମାନସ ମଙ୍ଗରାଜଙ୍କୁ ବିଜେଡ଼ି ସଂସଦୀୟ ଦଳ ନେତା କରିବା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJD Crisis | Debashish Quits BJD: Sreemayee Mishra Reacts, Sparks Political Debate in Odisha | Argus News