ରାଜ୍ୟସଭା ନିର୍ବାଚନ : ପ୍ରାର୍ଥୀପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ
·2 years ago

ଭୁବନେଶ୍ଵର: ରାଜ୍ୟସଭା ପାଇଁ ୨ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ଗତକାଲି ରାଜ୍ୟସଭା ଲାଗି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରିଛି ଦଳ । ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଓ ରାଜ୍ୟ ବିଜେଡି ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ସେପଟେ ତୃତୀୟ ପ୍ରାର୍ଥୀଙ୍କୁ ନେଇ ଜାରି ରହିଥିବା ସସପେନ୍ସ ଉପରୁ ଖୁବ ଶୀଘ୍ର ଉଠିପାରେ ପରଦା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: