Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଏଠାରେ ମହାପୁରୁଷଙ୍କ ଦର୍ଶନ କଲେ ପୂଣ୍ୟପ୍ରାପ୍ତି ହୁଏ

Odisha

ଆଜି ଏଠାରେ ମହାପୁରୁଷଙ୍କ ଦର୍ଶନ କଲେ ପୂଣ୍ୟପ୍ରାପ୍ତି ହୁଏ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆଜି ଏଠାରେ ମହାପୁରୁଷଙ୍କ ଦର୍ଶନ କଲେ ପୂଣ୍ୟପ୍ରାପ୍ତି ହୁଏ

Key Points

ଯେଉଁ ଜଗନ୍ନାଥ ମୁରତି ନିଳାଚଳରେ ସ୍ଥିତ ସେଇ ଜଗନ୍ନାଥ ମୁରତି ପଦ୍ମବନେ ଉଦିତ

ମହାପୁରୁଷଙ୍କ ଦର୍ଶନ ପାଇଁ ଏକାଠି ହୋଇଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ

ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା 


ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା l ଆଜିର ଦିନରେ ନେମାଳ ପଦ୍ମବନ ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। କୁହାଯାଏ ଯେଉଁ ଜଗନ୍ନାଥ ମୁରତି ନିଳାଚଳରେ ସ୍ଥିତ ସେଇ ଜଗନ୍ନାଥ ମୁରତି ପଦ୍ମବନେ ଉଦିତ। ଦେବସ୍ନାନ ପୂର୍ଣ୍ଣିମା ଉପଲଖେ ଆଜି ରାଜ୍ୟର କଣ ଅନୁକଣରୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥମାନେ ନେମାଳରେ ଏକାଠି ହୋଇଛନ୍ତି। ଶ୍ରୀ ଅଛୁତାନନ୍ଦ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି।


ମାଳିକା ବର୍ଣ୍ଣିତ କଟକ ଜିଲ୍ଲା ନେମାଳୋ ପଦ୍ମବନ ସ୍ଥିତ ମହାପୁରୁଷ ଅଚୁତାନନ୍ଦ ପୀଠରେ ମହାପୁରୁଷଙ୍କ ପବିତ୍ର ଦେବସ୍ନାନ ଉତ୍ସବ ଅନୁଷ୍ଠିତ ହେଉଛି। ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ସକାଳୁ ନିତିକାନ୍ତି ସହ ପୂଜାର୍ଚ୍ଚନା ଚାଲିଛି। ବିଶ୍ବାସ ରହିଛି ଆଜିର ଦିନ ରେ ଶ୍ରିକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଯାହା ଏଠାରେ ମହାପୁରୁଷଙ୍କ ଦର୍ଶନ କରିବା ସହ ସମାନ। ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତ ମାନଙ୍କ ଦର୍ଶନ ପାଇଁ ବାଉଁଶ ବାରିକେଟ କରାଯାଇଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
debasnana purnima festival Cuttack Nemal | Argus News