Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଅଘଟଣକୁ ନେଇ ବିତର୍କ

Rashmita Mishra
Browse all articles by Rashmita Mishra
·1 year ago·1 min read
 ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଅଘଟଣକୁ ନେଇ ବିତର୍କ

ଲିଙ୍ଗରାଜ ମନ୍ଦିରରେ ଜାଗର ମହାଦୀପ ଉଠିବା ବେଳେ ଅଘଟଣକୁ ନେଇ ଚାଲିଛି ତମ୍ବି ତୋଫାନ । ସମର୍ଥା ସେବାୟତ କାହିଁକି ପଡ଼ିଗଲେ, କାରଣ ଏଯାଏଁ ଅସ୍ପଷ୍ଟ ଥିବା ବେଳେ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ସେବାୟତ । ଘଟଣା ନେଇ ରାଜନୈତିକ ବୟାନବାଜି ବି ଜାରି ରହିଛି । ଆହତ ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ଆସି ପ୍ରଶାସନ ଉପରେ ଦୋଷ ଲଦିଲେ ମେୟର ସୁଲୋଚନା ଦାସ । ତାଙ୍କୁ କଡ଼ା ଜବାବ ଦେଲେ ବିଜେପି ବିଧାୟକ ବାବୁ ସିଂ ।


ଅଘଟଣା ସମ୍ପର୍କରେ କହିଛନ୍ତି ଆହତ ସେବାୟତଙ୍କ ପୁଅ ଅଶ୍ୱିନୀ ସମର୍ଥା । ମହାଦୀପ ମଶାଲରେ ଥିବା ଘିଅ ଅତ୍ୟଧିକ ହୋଇଯାଇଥିଲା ଓ ପ୍ରଶାସନ ବାଲି ପକାଇବାକୁ ଭୁଲି ଯାଇଥିବାରୁ ବାପା ପଡିଯାଇଥିବା ସେ କହିଛନ୍ତି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି କିଛି ବରିଷ୍ଠ ସେବାୟତ ଓ ମେକାପ ସେବାୟତ ।

ଲିଙ୍ଗରାଜଙ୍କ ଜାଗରରେ ମହାଦୀପ ସହ ସେବାୟତ ପଡିବା ଘଟଣା ଶ୍ରଦ୍ଧାଳୁ ମାନଙ୍କୁ କଷ୍ଟ ଦେଇଛି । ତେବେ ଗତକାଲି ରାତିରେ ଘଟଣାର କିଛି ସମୟ ଭିତରେ ଡାକ୍ତରଖାନା ଯାଇ ସମ୍ପୃକ୍ତ ସେବାୟତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
Debate over the incident at the Lingaraj Temple when the ocean rose | Argus News