Videos
|
Odisha

ମୃତ୍ୟୁର ୧୧ ମାସ ପୂର୍ବରୁ ଯୌନ ଶୋଷଣ ନେଇ ଅଭିଯୋଗ କରିଥିଲେ ନେପାଳୀ ଛାତ୍ରୀ, ଗୃହରେ ତଥ୍ୟ ଦେଲେ ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମୃତ୍ୟୁର ୧୧ ମାସ ପୂର୍ବରୁ ଯୌନ ଶୋଷଣ ନେଇ ଅଭିଯୋଗ କରିଥିଲେ ନେପାଳୀ ଛାତ୍ରୀ, ଗୃହରେ ତଥ୍ୟ ଦେଲେ ମନ୍ତ୍ରୀ

ଭୁବନେଶ୍ଵର: କିଟ୍‌ରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲଙ୍କ ମୃତ୍ୟୁକୁ ମାସେରୁ ଅଧିକ ସମୟ ବିତିଥିବା ବେଳେ ତଦନ୍ତ ଚାଲିଛି । ଏହାରି ଭିତରେ କିଟ୍ କର୍ତ୍ତୃପକ୍ଷ ଯେଉଁ ସତକୁ ଚାପି ଆସୁଥିଲେ ତାକୁ ବିଧାନସଭାରେ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ପ୍ରକ୍ରିତି କୌଣସି ଅଭିଯୋଗ କରି ନଥିବା କିଟ୍ କହି ଆସୁଥିବା ବେଳେ ମନ୍ତ୍ରୀ କହିଛନ୍ତି, ମୃତ୍ୟୁର ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ଛାତ୍ରୀ ।


ବିଧାନସଭାରେ ବିଧାୟକ ଦାସରଥି ଗମାଙ୍ଗହ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ମୃତ୍ୟୁର ୧୧ ମାସ ପୂର୍ବରୁ ଅର୍ଥାତ୍ ୨୦୨୪ ମାର୍ଚ୍ଚ ୧୨ରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ଯୌନ ଶୋଷଣ (Sexual Harassment) ସମ୍ପର୍କରେ ଅଭିଯୋଗ କରିଥିଲେ । ଏନେଇ ସରକାରଙ୍କୁ କିଟ୍ ବିଶ୍ଵବିଦ୍ୟାଳଯ ତଥ୍ୟ ଦେଇଛନ୍ତି ।


ତେବେ ପ୍ରକ୍ରିତିଙ୍କ ଆତ୍ମହତ୍ୟା ଓ ତତ୍ ପରବର୍ତ୍ତୀ ଘଟଣା ସମ୍ପର୍କରେ ସରକାରଙ୍କ ଦ୍ଵାରା ଗଠିତ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି । ୟୁଜିସି ଗାଇଡ୍‌ଲାଇନ୍ ଅନୁସାରେ, ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଥିବା କିଟ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି ।


କିନ୍ତୁ ପ୍ରକ୍ରିତିଙ୍କ ଅଭିଯୋଗକୁ ବର୍ଷେ ଓ ମୃତ୍ୟୁର ମାସକ ପରେ ବି କିଟ୍ କି ପଦକ୍ଷେପ ନେଇଛି ? ଆଭ୍ୟନ୍ତରୀଣ କମିଟି ତଦନ୍ତରେ କଣ ପାଇଲା ? ପ୍ରକ୍ରିତିଙ୍କ ଅଭିଯୋଗରେ ସତ୍ୟତା ଅଛି କି ? ଯଦି ଅଛି, ତାହେଲେ ଅଭିଯୋଗର ୧୧ ମାସ ପରେ କି ପଦକ୍ଷେପ ନେଇଛି କିଟ୍ ? ସେ ନେଇ କିଟ୍ କର୍ତ୍ତୃପକ୍ଷ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୬ରେ କିଟ୍‌ର ୬ ନମ୍ବର କ୍ୟାମ୍ପସ୍‌ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଉ ଛାତ୍ରଙ୍କ ଉପରେ ବଳପ୍ରୟୋଗ କରିଥିଲେ କିଟ୍‌ର ସୁରକ୍ଷାକର୍ମୀ । ଏପରିକି ଜୋରଜବରଦସ୍ତି ଭାବେ ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍ କର୍ତ୍ତୃପକ୍ଷ ବସ୍ ଯୋଗେ କଟକ ରେଲୱେ ଷ୍ଟେସନକୁ ପଠାଇ ଦେଇଥିଲେ ।