|
logo
Live
Argus News App
GET APP

Argus News - ୫ରେ ଅତି ପ୍ରବଳ ବର୍ଷା 

Odisha

୫ରେ ଅତି ପ୍ରବଳ ବର୍ଷା 

Manini Pattanayak
Browse all articles by Manini Pattanayak
·2 years ago·2 min read
୫ରେ ଅତି ପ୍ରବଳ ବର୍ଷା 

ଭୁବନେଶ୍ୱର:  ଡିସେମ୍ବର ଆଣୁଛି ବାତ୍ୟା । ଭୟଭୀତ ହେଲେଣି ଓଡ଼ିଶାବାସୀ । ବାତ୍ୟା ନାଁ ଶୁଣିଲେ ଛାତିରେ ପଶୁଛି ଛନକା । ଉପକୂଳବାସୀଙ୍କ ଉଡୁଛି ହୋସ ।  ଗତକାଲି ବାତ୍ୟା ନେଇ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ଆଉ ବାତ୍ୟା ଆସୁଥିବାରୁ ୫ ଜିଲ୍ଲାର ଫିଲ୍ଢ ଅଫିସରଙ୍କର ଛୁଟି ବାତିଲ କଲେ ରାଜ୍ୟ ସରକାର । ତେବେ ଶୀତ ଦିନରେ ବାତ୍ୟା ଆସୁଥିବାରୁ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।  ସମୟ ଗଡୁଛି, ଛନକା ବଢୁଛି । ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ  ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ବିଶେଷକରି ୫ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ, ଦକ୍ଷିଣ ଓଡିଶାରେ ପଡିବ ବାତ୍ୟାର ବିଶେଷ ପ୍ରଭାବ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ମିଳିଥିବା ସୂଚନା ଅନୁସାରେ, ଗଭୀର ସମୁଦ୍ର ଭିତରେ ଅବପାତ ଘଂଟାପ୍ରତି ୧୮ କି.ମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଅବପାତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।  ବାତ୍ୟା ରୂପ ନେବା ପରେ ସୋମବାର ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟରେ କେନ୍ଦ୍ରୀଭୂତ ହେବ ।
ତେବେ ବାତ୍ୟାକୁ ନେଇ ବିଶେଷ କରି ଉପକୂଳ ଲୋକ ଛାନିଆ ହେଲେଣି । ବାତ୍ୟାକୁ ନେଇ ପାଣିପାଗ ବିଭାଗ ଦେଇଥିବା ଅପଡେଟ୍‌ ରିପୋର୍ଟ ଅନୁସାରେ, ୪ ତାରିଖ ସନ୍ଧ୍ୟାଠୁ  ଓଡିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ୩୫ କି.ମି ପର୍ଯ୍ୟନ୍ତ ରହିବ । ବେଳେ ପବନର ବେଗ ୬୦ କି.ମି ହୋଇପାରେ । ତେବେ ଏବେ ଗଭୀର ଅବପାତ ପୁଡୁଚେରୀଠାରୁ ୪୪୦, ଚେନ୍ନାଇଠାରୁ ୪୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ସର୍ବାଧିକ୧୦୦ କି.ମି ବେଗରେ ପବନ ବୋହିନା ନେଇ ଆକଳନ ହୋଇଛି । 
ଅଧିକ ଦେଖନ୍ତୁ :   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୫ରେ ଅତି ପ୍ରବଳ ବର୍ଷା  | Argus News