Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୀବନ ନେଇଗଲା ଧାର ଟଙ୍କା

Manini Pattanayak
Browse all articles by Manini Pattanayak
·1 year ago·2 min read
ଜୀବନ ନେଇଗଲା ଧାର ଟଙ୍କା

ଯାଜପୁର:  ଉଡିଗଲା  ପ୍ରଜାପତି ମଝି ଆକାଶରେ।  ଦିପୁ ସଙ୍ଗେ ମାମୁନି ରହେ ମହା ଆନନ୍ଦରେ।  କାନ୍ଥରୁ ଉଠି ନାହିଁ ବାହାଘର ଶୁଭେଚ୍ଛା, ହେଲେ ଜୁଇ ଉଠିଲା ମସାଣିକୁ। କାନ୍ଥରେ ଲେଖା ହୋଇଥିବା ଏହି  ଚାରି ଧାଡି ଲେଖା ପଢିଦେଲେ ଆଖିରୁ ଲୁହ ପଳାଇଆସୁଛି। କାରଣ ଦିପୁ ଏହି ଦୁନିଆରେ ଆଉ  ନାହିଁ।  ମାମୁନିଙ୍କୁ  ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି।  ଶବ ଧରି ଖାଲି ସ୍ତ୍ରୀ କାନ୍ଦୁନି କାନ୍ଦୁଛି ପୁରା  ପରିବାର.. କାନ୍ଦି କାନ୍ଦି ଭୂଇଁରେ ଗଡି ଯାଉଛନ୍ତି  ଜମ୍ନିତ ମା। ଭୋ ଭୋ ହୋଇ କାନ୍ଦୁଛନ୍ତି  ନବ ବିବାହିତ ପୁଅକୁ ହରାଇ।  

ସୁଧ କାରବାର ପାଇଁ ଆଜି ଚାଲିଯାଇଛି  ଦୀପକ କୁମାର ପାତ୍ର।  ନିଜ ବାହାଘର ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ ନିକଟରୁ ୧୦ ହଜାର ଟଙ୍କା ୫ ଟଙ୍କା ସୁଧରେ ଆଣିଥିଲେ।  ହେଲେ ଟଙ୍କା ଶୁଝିବାରେ ବିଳମ୍ବ ହେବାରୁ ଉକ୍ତ ମହିଳା ଘରକୁ ଡାକି ଦିପକଙ୍କୁ  ଦୁର୍ବ୍ୟବହାର ଏବଂ ଗାଳିଗୁଲଜ କରିଥିଲେ ।  ଏହି ଅପମାନକୁ ସହ୍ୟ କରିପାରିନଥିଲେ ଦିପକ। ଘରକୁ ଆସି କାହାକୁ କିଛି ନ କହି  ନିଜ ରୁମ୍‌ରେ କବାଡ  ବନ୍ଦ କରି  ଲାଗିଥିବା ଫ୍ୟାନରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି।  ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଡିବାସାହି ଗ୍ରାମରେ। ଡିବାସାହି ଗ୍ରାମର ଦୀପକ ପାତ୍ର ଗତ ମାର୍ଚ୍ଚ ୧୦ ତାରିଖରେ ବିବାହ କରିଥିଲେ, ନିଜ ବିବାହ ସମୟରେ ସେ କପ୍ତିପଦା ଅଞ୍ଚଳର ମହିଳା ମନିକା ଜେନାଙ୍କ ନିକଟରୁ ୧୦ ହଜାର ଟଙ୍କା ୫ ପ୍ରତିଶତ ସୁଧରେ ଆଣିଥିଲେ।

ଯାହାକି ବାହାଘର ପରେ ସେ ନିଜ କର୍ମସ୍ଥଳୀ ଚେନ୍ନାଇ ଚାଲିଯାଇଥିବା ବେଳେ ଏକ ମାସ ପୂର୍ବରୁ ବାପା ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାଙ୍କ ମୃତ୍ୟୁ ଖବର ପାଇ ସେ ଘରକୁ ଆସିଥିଲେ। ଗତକାଲି ସେ ପୁଣି ଚେନ୍ନାଇ ଫେରିଯିବାକୁ ପ୍ରସ୍ତୁତି କରିଥିବା ବେଳେ ସୁଧ ଟଙ୍କା ଦେଇଥିବା ମହିଳା ଏବଂ ତାଙ୍କ ପୁଅ ଦୀପକ କୁ ନିଜ ଘରକୁ ଡାକି ଟଙ୍କା ନ ଦେଇଥିବାରୁ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ। ପୁଅ ଆସି ଏ କଥା ତାଙ୍କ ମା ଙ୍କୁ କହିଥିଲେ।  ପରେ ଘର ଭିତରେ ପଶିଯାଇ ଭିତର ଆଡୁ କବାଟ ମାରି ବେକରେ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ଦୀପକ। ପରିବାର ଲୋକେ ଅନେକ ଡାକିବା ପରେ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ପୁଅ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। କପ୍ତିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ସେପଟେ ସୁଧ ଟଙ୍କା ପାଇଁ ଭାଇ କୁ ମାନସିକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକ ଦୀପକଙ୍କ ଭାଇ।
 
ଅଧିକ  ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deepak Kumar pot left today for interest transaction | Argus News