Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଓଡ଼ିଶାରେ ଅବ କି ବାର ଡବଲ ଇଞ୍ଜିନ ସରକାର'

Smruti Parija
Browse all articles by Smruti Parija
·2 years ago·2 min read
'ଓଡ଼ିଶାରେ ଅବ କି ବାର ଡବଲ ଇଞ୍ଜିନ ସରକାର'

Key Points

  • ଖୋଲା ମଂଚରେ ରାଜ୍ୟ ସରକାରଙ୍କୁ ଧୋଇଲେ ରାଜନାଥ
  • ଓଡ଼ିଶାରେ ଅବ କୀ ବାର ଡବଲ ଇଞ୍ଜିନ ସରକାର
  • କହିଲେ, ପ୍ରତି ଲୋକ ପାଖରେ ପହଞ୍ଚିବ ମୋଦିଙ୍କ ଯୋଜନା

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପାଦ ଦେଉଦେଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥଛ ସିଂହ । ଖାଲି ବର୍ଷିଲେ ତାହା ନୁହେଁ ବରଂ କେମିତି ରାଜ୍ୟରେ ବି ବିଜେପି ସରକାର ହେବ ସେନେଇ ଦେଲେ ଗୁରୁମନ୍ତ୍ର । ଏମିତିକି ଆଗାମୀ ଦିନରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ନିଶ୍ଚୟ ହେବ ବୋଲି କହିଲେ ରାଜନାଥ । ଆଉ ରାଜନାଥଙ୍କ ଏହି ମନ୍ତବ୍ୟ ପରେ ବିଜେଡି ଶିବିରରେ ପଶିଲାଣି ଛନକା । 

ଲଗାତାର କେନ୍ଦ୍ରରେ ମୋଦିଙ୍କୁ ଆଶୀର୍ବାଦ ଦେଇ ଚାଲିଛନ୍ତି ଭୋଟର । ଆଉ ପ୍ରତିଟି ଲୋକ ପାଖରେ କେନ୍ଦ୍ରର ଯୋଜନା କେମିତି ପହଞ୍ଚିବ ସେନେଇ ବି କାମ କରୁଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଆଗାମୀ ଦିନରେ ଓଡ଼ିଶାର ଲୋକ ବିଜେପିକୁ ଭୋଟ୍‌ ଦେଲେ ରାଜ୍ୟର ବିକାଶ ଡବଲ ହେବ ବୋଲି କହିଛନ୍ତି ରାଜନାଥ ।  ଖାଲି ଏତିକି ନୁହେଁ ବରଂ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି ବୋଲି କହିଛନ୍ତି ରାଜନାଥ ।

ଓଡ଼ିଶାରେ ପହଞ୍ଚୁ ପହଞ୍ଚୁ କଂଗ୍ରେସକୁ ଶାଣିତ ଆଟାକ୍‌ କରିଥିଲେ ରାଜନାଥ । କହିଥିଲେ, ପୂର୍ବରୁ ଆତଙ୍କୀକ ଉତ୍ପାତ ଦେଶରେ ବଢିବାରେ ଲାଗିଥିଲା । କିନ୍ତୁ ମୋଦି ସରକାର ଆସିବା ପରେ ଆତଙ୍କୀଙ୍କୁ ଉଚିତ୍‌ ଜବାବ ଦିଆଯାଉଛି । ଖାଲି ସୀମା ଭିତରେ ନୁହେଁ ବରଂ ବାହାରେ ବି ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମର ହିମତ ଅଛି ବୋଲି କହିଥିଲେ ରାଜନାଥ । 
ଏହାସହ ରାଜନାଥ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଏଠାରେ ବି ଡବଲ ଇଂଜିନ ସରକାର ହେବା ଦରକାର । ମୋଦିଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର । ବିଜେପି ଏକମାତ୍ର ପାର୍ଟି ଯିଏକି ଯାହା କହେ, ସେୟା କରେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜନାଥ ସିଂ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
defence-minister-rajnath-singh-targets-odisha-govt-at-berhampur | Argus News