Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲି ମସ୍କୋ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

Rashmita Mishra
Browse all articles by Rashmita Mishra
·1 year ago
ଆସନ୍ତାକାଲି ମସ୍କୋ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଅର୍ଗସ ବ୍ୟୁରୋ: ମସ୍କୋ ଗସ୍ତ କରିବେ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଆସନ୍ତାକାଲିଠୁ ଡିସେମ୍ବର ୧୦ ପର୍ଯ୍ୟନ୍ତ, ତିନି ଦିନ ପାଇଁ ରାଜନାଥ ଋଷ ଗସ୍ତ କରିବେ । ଆଇଆରଆଇଜିସି ସମ୍ମିଳନୀରେ ଯୋଗଦେବେ ରାଜନାଥ । ପ୍ରତିରକ୍ଷା ସମ୍ବନ୍ଧିତ ବିଭିନ୍ନ ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ପରେ ଋଷର ପ୍ରତିରକ୍ଷାମନ୍ତ୍ରୀ ଆନ୍ଦ୍ରେ ବେଲୋସୋବକୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସହ ପ୍ରତିରକ୍ଷା ଚୁକ୍ତି ସମ୍ଭାବନା ରହିଛି । ସୈନ୍ୟ ସହଯୋଗ ଉପରେ ବିଶେଷ ଆଲୋଚନା ହୋଇପାରେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Defence Minister Rajnath Singh to visit Moscow tomorrow | Argus News