Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଲିମ୍ପିକ୍ସ୍ ରେ ଦମ୍ ଦେଖାଇବେ ଓଡିଆ ପୁଅ

Smruti Parija
Browse all articles by Smruti Parija
·1 year ago·1 min read
ଅଲିମ୍ପିକ୍ସ୍ ରେ ଦମ୍ ଦେଖାଇବେ ଓଡିଆ ପୁଅ

ଅର୍ଗସ ବ୍ୟୁରୋ: ଆଜି ଆରମ୍ଭ ହେବ ପୁରୁଷ ଜାଭେଲିନ୍ ଥ୍ରୋ । ଡିଫେଡିଂ ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରା ଓ ଓଡ଼ିଆ ପୁଅ କିଶୋର ଜେନା ଆଜି ମଇଦାନକୁ ଓହ୍ଲାଇବେ । ଗତ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ନୀରଜଙ୍କ ଉପରେ ସାରା ଦେଶର ନଜର । ପ୍ୟାରିସରେ ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟରେ ନୀରଜ । ସେହିପରି ଓଡ଼ିଆ ପୁଅ କିଶୋରଙ୍କ ଉପରେ ବି ସମସ୍ତଙ୍କ ନଜର ରହିଛି । ଏସୀୟ କ୍ରୀଡ଼ାରେ ଐତିହାସିକ ରୌପ୍ୟ ପଦକ ସଫଳତା ପାଇ ପ୍ୟାରିସକୁ ଯୋଗ୍ୟତା ଅର୍ଜନ କରିଥିଲେ କିଶୋର ।

ଆଜି ଇତିହାସ ସୃଷ୍ଟି ଲକ୍ଷ୍ୟରେ ଭାରତ । ପ୍ୟାରିସ୍ ଅଲମ୍ପିକସରେ ଭାରତୀୟ ହକି ଟିମ୍‌ର ସେମି ଫାଇନାଲ ମ୍ୟାଚ୍ । ଜର୍ମାନୀକୁ ଭେଟିବ ଟିମ୍ ଇଣ୍ଡିଆ । ଭାରତୀୟ ହକି ଦଳ ଏବେ କ୍ରମାଗତ ଅଲିମ୍ପିକ୍ ପଦକର‌ ଗୌରବଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି । ପ୍ୟାରିସ୍‌ରୁ ହିଁ ଚଳିତ ଶତାବ୍ଦୀର ପ୍ରଥମ ସ୍ବର୍ଣ୍ଣ ଜିତିବା ଲାଗି ସୁବର୍ଣ୍ଣ ସୁଯୋଗ ଆସିଛି । ସେମିଫାଇନାଲ୍ ଜିତିପାରିଲେ ଭାରତ ସିଲଭର ପଦକ ଜିତିବା ନିଶ୍ଚିତ ହୋଇଯିବ । ଆଜି ରାତି ୧୦ଟା ୩୦ରେ ଖେଳାଯିବ ମ୍ୟାଚ୍ । ଏହା ପୂର୍ବରୁ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ନେଦରଲ୍ୟାଣ୍ଡସ-ସ୍ପେନ ମଧ୍ୟରେ ଖେଳାଯିବ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Defending Olympic champion Neeraj Chopra and Odia boy Kishore Jena will take to the field today | Argus News