Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

Odisha

ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ବିଧାନସଭାରେ ଉଠିଲା ଦାବି। ଆଜି ବିଧାନସଭା ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ଦାବି କରିଛନ୍ତି। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଶେଷ କରି ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି କରିବାକୁ ସେ ଗୁରୁତ୍ବ ଦେଇଥିଲେ। ୨୦୧୭ରେ ଶେଷ ଥର ପାଇଁ ବିଧାୟକଙ୍କ ଦରମା ବଢିଥିଲା। ଏବେ ଦରମା ବଢାଯିବା ଦରକାର ବୋଲି ସେ ଦାବି କରିଥିଲେ।


ବିଜେପି ବିଧାୟକ ପୂର୍ଣ୍ଣ ସେଠୀ ଏହାକୁ ସମର୍ଥନ କରି କହିଛନ୍ତି ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି, ହେଲେ ବିଧାୟକ ମାନଙ୍କ ପାଇଁ କେହି ନାହାନ୍ତି। ଜୁନ ମାସରୁ ପିଛିଲା ଭାବେ ଦରମା ବୃଦ୍ଧି ଲାଗୁ କରନ୍ତୁ ବୋଲି ସେ କହିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେପି ବିଧାୟକ ଭାଷ୍କର ମଢେଇ କହିଛନ୍ତି ପୂର୍ବତନ ବିଧାୟକ ମାନଙ୍କ ଚଳିବା ପାଇଁ ଅସୁବିଧା ହେଉଛି। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବିଧାୟକ ମାନଙ୍କ ଦରମା ଅନ୍ୟ ରାଜ୍ୟ ତୁଳନାରେ କମ୍। ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା କହିଛନ୍ତି, ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ କ୍ଷେତ୍ରରେ ଆମ ରାଜ୍ୟ ୨୭ ନମ୍ବରରେ ରହିଛି । ତେଣୁ ତୁରନ୍ତ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରାଯାଉ।


ସୂଚନାଯୋଗ୍ୟ : ନିକଟରେ ସାଂସଦଙ୍କ ଦରମା ସହ ଭତ୍ତା ବୃଦ୍ଧି ହୋଇଥିଲା। ସାଂସଦଙ୍କ ଦରମା ଲକ୍ଷେ ଟଙ୍କା ଥିବା ବେଳେ ଏହାକୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହା ସହ ଦୈନିକ ଭତ୍ତା ମଧ୍ୟ ବୃଦ୍ଧି ହୋଇଥିଲା। ଦୈନିକ ଭତ୍ତା ପୂର୍ବରୁ ୨୦୦୦ ଥିବା ବେଳେ ତାକୁ ବର୍ତ୍ତମାନ ୨୫୦୦ କରାଯାଇଥିଲା। ପୂର୍ବତନ ସାଂସଦ ମାନଙ୍କ ପେନସନ୍ ୨୫ ହଜାରରୁ ୩୧ ହଜାରକୁ ବୃଦ୍ଧି କରାଯାଇଥିଲା।

Painting
Sponsored
Demand for salary hike for MLAs raised in Assembly | Argus News