Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁଶଭଦ୍ରାର ଖନନ-ସୁରକ୍ଷା-ସୌନ୍ଦର୍ଯ୍ୟ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·1 min read
କୁଶଭଦ୍ରାର ଖନନ-ସୁରକ୍ଷା-ସୌନ୍ଦର୍ଯ୍ୟ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Key Points

କୁଶଭଦ୍ରାକୁ ନେଇ ଅନେକ ଐତିହାସିକ ତଥ୍ୟ ଥିବାବେଳେ କୋଣାର୍କ ମନ୍ଦିର ନିର୍ମାଣରେ ମଧ୍ୟ ଉକ୍ତ ନଦୀର ଅବଦାନ ଅବର୍ଣ୍ଣନୀୟ ।

କୁଶଭଦ୍ରାର ଖନନ, ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର । ନିମାପଡ଼ାର ଜୀବନ ରେଖା କୁଶଭଦ୍ରାର ହୃତଗୌରବ ଫେରାଇ ଆଣିବା ଦିଗରେ ୭ଗୋଟି ଦାବିକୁ ଉତଥାପନ କରାଯାଇଛି । ପ୍ରାୟ ୩ଘଣ୍ଟା ଧରି ନିମାପଡ଼ା-ଗୋପ ଏବଂ ଐତିହ୍ୟଗର୍ଭା କୁଶଭଦ୍ରାର ବିକାଶ ସମ୍ପର୍କିତ ଆଲୋଚନା କରିଛନ୍ତି ସଦସ୍ୟ ।


ବାଲିଅନ୍ତା ସ୍ଥିତ କୁଆଖାଇ ନଦୀରୁ ସୃଷ୍ଟି ହୋଇଥିବା କୁଶଭଦ୍ରାର ମୁହାଣ ପୋତି ହୋଇଯାଇଥିବାବେଳେ, ନଦୀ ବିଭିନ୍ନ ସ୍ଥାନରେ ଏକ ପ୍ରକାର ବନ୍ଦ ହୋଇ ଗଲାଣି । ଚାଷ ଉପଯୋଗୀ କୁଶଭଦ୍ରା ପଠାରେ ମଧ୍ୟ ଚାଷୀ ସଠିକ ଭାବେ ଫସଲ ଉତ୍ପାଦନ କରିପାରୁ ନାହାଁନ୍ତି । କୁଶଭଦ୍ରାକୁ ନେଇ ଅନେକ ଐତିହାସିକ ତଥ୍ୟ ଥିବାବେଳେ କୋଣାର୍କ ମନ୍ଦିର ନିର୍ମାଣରେ ମଧ୍ୟ ଉକ୍ତ ନଦୀର ଅବଦାନ ଅବର୍ଣ୍ଣନୀୟ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ କୁଶଭଦ୍ରା ଚିରସ୍ରୋତା ହେବାର ଆବଶ୍ୟକତାକୁ ଅନୁଭବ କରି 'କୁଶଭଦ୍ରା କାନ୍ଦୁଛି ପରିବାର' ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସହ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ଦୀର୍ଘ ସମୟର ଆଲୋଚନାରେ ଉପମୁଖ୍ୟମନ୍ତ୍ରୀ ସମସ୍ତ ଦାବିକୁ ଗୁରୁତର ସହ ଶୁଣିଥିବା ବେଳେ ଏହାର ସମାଧାନ ନେଇ ମଧ୍ୟ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।


ନିମାପଡ଼ାର ବୁଦ୍ଧିଜୀବୀ, ଶିକ୍ଷାବିତ୍, ଭୂତତ୍ୱବିତ୍, ଗବେଷକ, ଅଧ୍ୟାପକ, କୃଷକ, ବ୍ୟବସାୟୀ, ସାମ୍ବାଦିକଙ୍କୁ ନେଇ କୁଶଭଦ୍ରା କାନ୍ଦୁଛି ପରିବାର ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି । ସଂଗଠନର ଆବାହକ- ନିଗମାନନ୍ଦ ସାହୁ, ସଂଯୋଜକ- ବିକାଶ ଚନ୍ଦ୍ର ବାରିକ, ସଦ୍ୟସ- ନିରଞ୍ଜନ ସାହୁ, ଶରତ ଚନ୍ଦ୍ର ସେନାପତି, ସଚ୍ଚିନ୍ ଗୋଛାୟତ, ଭାଗୀରଥୀ ଓଝା, ଦର୍ପ ନାରାୟଣ ସାହୁ , ଅମୂଲ୍ୟ ସ୍ୱାଇଁ, ପ୍ରଶାନ୍ତ ଖଟୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sponsored